ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ କଲେ ଅମିତ ଶାହା, ମମତା ଦେଲେ ଏପରି ମନ୍ତବ୍ୟ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନ ପାଇଁ ପହଁଞ୍ଚିଥିଲେ । ସୌରଭଙ୍କ ଘରେ ରାତ୍ରୀ ଭୋଜନ କରିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ପୁଣି ହଲଚଲ ଆରମ୍ଭ ହୋଇଯାଇଛି ।

ସୁତ୍ରରୁ ମିଳିଥିବା ଖବର ମୁତାବକ ଗାଙ୍ଗୁଲୀଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନ ପୁର୍ବରୁ ବିଜେପିରେ ସାମିଲ କରିବାର ଯୋଜନା ଥିଲା, କିନ୍ତୁ ସେତେବେଳେ କୌଣସି କାରଣୁ ତାହା ହୋଇପାରି ନଥିଲା । ବର୍ତ୍ତମାନ ପୁଣି ଏହି ସମ୍ଭାବନା ଥିବା ନେଇ ଆଲୋଚନା ଜୋରଧରିଛି ।

ଅମିତ ଶାହା ଗାଙ୍ଗୁଲୀଙ୍କ ଘରେ ରାତ୍ରୀ ଭୋଜନର ମଜା ନେଇଛନ୍ତି ମମତା ବାନାର୍ଜୀ। ସେ କହିଛନ୍ତି ଯେ ଆମର ଏଠାରେ ବନ୍ଧୁଙ୍କୁ ସ୍ୱାଗତ କରିବାର ଅନନ୍ୟ ପରମ୍ପରା ରହିଛି । ମୁଁ ଗାଙ୍ଗୁଲିଙ୍କୁ କହିବାକୁ ଚାହୁଁଛି ଯେ ଶାହାଙ୍କୁ ବଙ୍ଗଳାର ପ୍ରସିଦ୍ଧ ଖାଦ୍ୟ ମିଷ୍ଟୀ ଦହିଙ୍କୁ ଖାଇବାକୁ ଦିଅନ୍ତୁ । ମିଷ୍ଟୀ ଦହ ପଶ୍ଚିମବଙ୍ଗର ଏକ ପ୍ରସିଦ୍ଧ ଖାଦ୍ୟ ଅଟେ ।

ଆସନ୍ତୁ ଜାଣିବା ଯେ ସୌରଭ ଗାଙ୍ଗୁଲିଙ୍କ ବାସଭବନକୁ ଯିବା ପୂର୍ବରୁ ଅମିତ ଶାହା କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ “ମୁକ୍ତି ମାତୃକା’ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।