fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା

Advertisement

ମୟୁରଭଞ୍ଜ (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜ ରାଜନୀତିରେ ବଡ ଧରଣର ହଲଚଲ୍‌ ଦେଖିବାକୁ ମିଳିଛି । ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ନିଜ ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅସନ୍ତୋଷ ଜାହିର କରି ଏହି ସଭ୍ୟମାନେ ବିଜେପି ଛାଡିଥିବା ଚର୍ଚ୍ଚା ହେଉଛି । ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଜିଲ୍ଲା ପରିଷଦ ସଭ୍ୟମାନେ କେଉଁ ଦଳରେ ଯୋଗଦେବେ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.