ଗୃହମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ: ୧୮ କଂଗ୍ରେସ କର୍ମୀ ଅଟକ

ଧର୍ମଗଡ଼: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରାଯାଇଛି । ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ୨ ଟି ସ୍ଥାନରେ କଳାପତାକା ପ୍ରଦର୍ଶନ କରି ବିରୋଧ କରିଛି କଂଗ୍ରେସ । ଗୋଲାମୁଣ୍ଡା ଓ କନକପୁର ନିକଟରେ କଂଗ୍ରେସ କର୍ମୀ ଦେଖାଇଲେ କଳାପତାକା । ସେପଟେ କେ.ଗାଁ ପୋଲିସ୍ ୧୮ ଜଣ ଯୁବ କଂଗ୍ରେସ କର୍ମୀ ଅଟକ ରଖିଛି ।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସଂକୃକ୍ତି ଥିବା ଦର୍ଶାଇ ବିରୋଧୀ ବହିଷ୍କାର ଦାବି କରିଆସୁଛନ୍ତି । ଏହି ମାମଲାରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଏପରିକି ବିଜେଡିର ଅନେକ ନେତା ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ ମଧ୍ୟ କରିଥିଲେ ବିରୋଧୀ ।