fbpx

ବ୍ଲାକ ଫଙ୍ଗସର ଭୟଙ୍କର ରୂପ! ଯୁବକଠାରେ ନଥିଲା ଲକ୍ଷଣ, କିନ୍ତୁ ମସ୍ତିଷ୍କକୁ ଆଟାକ୍ କରି ନେଇଗଲା ଜୀବନ

ସୁରଟ:କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ସୁରଟରୁ ଏକ ମାମଲା ଆସିଛି, ଯାହାକୁ ଦେଖି ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । କୌଣସି ଲକ୍ଷଣ ନଥାଇ ବି ଜଣେ ୨୮ ବର୍ଷର ଯୁବକ ମସ୍ତିଷ୍କରେ ଫଙ୍ଗସ୍ ଦେଖାଦେଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ରୋଗୀର ମସ୍ତିଷ୍କରେ ସାମାନ୍ୟ କୁଣ୍ଡାଇ ହେବା ସହ ଫୁଲିଥିଲା, ତାହା ପ୍ରକୃତରେ ବ୍ଲାକ ଫଙ୍ଗସ୍ ଥିଲା ।

ତେବେ ସୁରଟର କୋସମ୍ବାରେ ରହୁଥିବା ୨୩ ବର୍ଷୀୟ କରୋନା ସଂକ୍ରମିତ ଯୁବକଙ୍କୁ ଏପ୍ରିଲ ୨୮ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେ’ ୪ରେ କୋଭିଡରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । କିନ୍ତୁ ୮ ମେ’ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସୁରଟର ସିମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ତାଙ୍କ ମସ୍କିଷ୍କରେ ଫୁଲା ଦେଖିବାକୁ ମିଳିଥିଲା । ତେଣୁ ତୁରନ୍ତ ଅପରେସନ କରାଯାଇଥିଲା ଓ ବାୟୋପ୍ସି କରିବାକୁ ଏକ ନମୁନା ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ସେତେବେଳେ ବ୍ଲାକ୍ ଫଙ୍ଗସର କୌଣସି ଲକ୍ଷଣ ନଥିଲା ।

ଅପରେସନର ୨ ଦିନ ରୋଗୀର ଅବସ୍ଥା ସ୍ଥିିର ରହିଥିଲା, କିନ୍ତୁ ପରେ ହଠାତ୍ ରୋଗୀର ହୃତଘାତ୍ ହୋଇ ମୃତ୍ୟୁ ହୋଇଗଲା । ଅପରପକ୍ଷେ ରୋଗୀର ନମୁନା ରିପୋର୍ଟ ଆସିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ରିପୋର୍ଟରୁ ଜଣାପଡିଲା ଯେ, ରୋଗୀ ଜଣକ ବ୍ଲାକ ଫଙ୍ଗସରେ ସଂକ୍ରମିତ ଥିଲେ ।

ତେବେ ବ୍ଲାକ ଫଙ୍ଗସ ତୃତୀୟ ସ୍ତରରେ ମସ୍ତିଷ୍କରେ ପହଞ୍ଚିଥାଏ । କିନ୍ତୁ ରୋଗୀଠାରେ କୌଣସି ଲକ୍ଷଣ ନଥାଇ ବି ଫଙ୍ଗସ ସିଧାସଳଖ ମସ୍ତିଷ୍କରେ ପହଞ୍ଚି ଆଟାକ୍ କରିଥିଲା ଓ ପରେ ଜୀବନ ନେଇଥିଲା ।

Get real time updates directly on you device, subscribe now.