fbpx

ଔଷଧୀୟ ଗୁଣରେ ଭରପୁର କଳା ହଳଦୀ, ମାଇଗ୍ରେନରୁ ଦେଇଥାଏ ମୁକ୍ତି

ଦୈନନ୍ଦିନ ରୋଷେଇରେ ବ୍ୟବହାର ହେଉଥିବା ମସଲା ଗଡ଼ିକ ମଧ୍ୟରୁ ହଳଦୀ ହେଉଛି ଅନ୍ୟତମ । ଏହା ଅନେକ ପୋଷକ ତତ୍ୱ ଏବଂ ଔଷଧୀୟ ଗୁଣରେ ଭରପୁର । ସାଧାରଣତଃ ହଳଦୀର ରଂଗ ଦେଖିବାକୁ ହଳଦିଆ ହୋଇଥାଏ । କିନ୍ତୁ କେବେ ଆପଣ ‘କଳା ହଳଦୀର’ ନାଁ ଶୁଣିଛନ୍ତି । ଅଧିକାଂଶ ଆୟୁର୍ବେଦିକ ଚିକିତ୍ସାରେ ଏହାର ହୋଇଥାଏ । ଭାରତର ଉତ୍ତର ପୂର୍ବ ପ୍ରାନ୍ତରେ କଳା ହଳଦୀ ଉତ୍ପାଦନ କରାଯାଏ । ଏହା ନୀଳ ଏବଂ କଳା ରଂଗର ସମିଶ୍ରଣ । ଏହାର ବୈଜ୍ଞାନିକ ନାଁ ହେଉଛି ଉଙ୍କକ୍ସମଙ୍କଜ୍ଞବ ଉବରଗ୍ଦସବ । ଏଥିରେ ଆଣ୍ଟିଫଙ୍ଗାଲ, ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଆସ୍ଥମା, ଆଣ୍ଟିଅଲସର ଭଳି ଅନେକ ପୋଷକ ତତ୍ୱ ରହିଛି । ତେବେ ଏହି କଳା ହଳଦୀ ଅନେକ ରୋଗ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ ।

୧. ପାଚନ ସମସ୍ୟ: କଳା ହଳଦୀର ସେବନ କରିବା ଦ୍ୱାରା ଅନେକ ପାଚନ ସମସ୍ୟା ଯେପରି ଗ୍ୟାଷ୍ଟ୍ରିକ, ବଦହଜମ, ହେକୁଟି ଆସିବା ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ଦୈନ୍ଦନ୍ଦିନ ଭୋଜନରେ କଳା ହଳଦୀ କିଛି ମାତ୍ରରେ ସାମିଲ କରିପାରିବା କିମ୍ବା ଉଷୁମ ପାଣିରେ ମିଶାଇ ସେବନକ କରିପାରିବା ।

୨. ମାଇାଗ୍ରେନ୍‌: ମାଇଗ୍ରେନରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କଳା ହଳଦୀ ଲାଭକାରୀ ହୋଇଥାଏ । ଅତ୍ୟାଧିକ ମୁଣ୍ଡ ବିନ୍ଧା ହେଉଥିଲେ କଞ୍ଚା ହଳଦୀର ଲେପ ମଥାରେ ଲଗାଇଲେ ଉପସମ ମିଳିଥାଏ ।

୩. ଶ୍ୱାସ ରୋଗ: ଆଣ୍ଟି ଇନଫ୍ଲେମେଟୋରୀ ଗୁଣରେ ଭରପୁର କଳା ହଳଦୀ ଥଣ୍ଡା, କାଶ , ସର୍ଦ୍ଦି ଓ ଶ୍ୱାସ ରୋଗ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଦୈନ୍ଦନ୍ଦିନ ଖାଦ୍ୟପେୟରେ ଏହାକୁ ବ୍ୟବହାର କରିପାରିବେ ।

୪. ଗଣ୍ଠି ଯନ୍ତ୍ରଣା: କଳା ହଳଦୀର ଏକ ଲେପ କରି ପ୍ରଭାବିତ ସ୍ଥାନରେ ଲଗାଇଲେ ଗଣ୍ଠି ଦରଜରୁ ଉପସମ ଦେଇଥାଏ । ଏଥିରେ ଥିବା ଆଣ୍ଟି ଫଙ୍ଗାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଶରୀରରେ ଫୁଲା, ମାଂସପେଶୀରେ କଠୋରତା, ବାତ ଇତ୍ୟାଦିର ଚିକିତ୍ସା ପାଇଁ ଲାଭକାରୀ ହୋଇଥାଏ ।

୫. ଆଘାତ ଲାଗିଲେ: ଆଘାତ ଲାଗିଥିବା ସ୍ଥାନରେ କଳା ହଳଦୀର ଲେପ ଲଗାଇଲେ ରକ୍ତସ୍ରାବ ହେଇନଥାଏ । ଏହା ସହ, କଟା, ଘା, ଗୋଡ଼ ମକଚି ଯାଇଥିଲେ ଏବଂ ସାପ କାମୁଡ଼ିଥିବା ସ୍ଥାନରେ କଳା ହଳଦୀର ଲେପ ଲଗାଇବା ଲାଭକାରୀ ହୋଇଥାଏ ।

 

Get real time updates directly on you device, subscribe now.