ପ୍ରାଇଭେଟ ଫଟୋକୁ ନେଇ ବ୍ଲାକମେଲ କଲେ ମିଳିବ ଏହି ଦଣ୍ଡ, ଜାଣନ୍ତୁ କେଉଁଠି କରିବେ ଅଭିଯୋଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ଡାଟାକୁ ସୁରକ୍ଷିତ ରଖିବା କମ ହେବାରେ ଲାଗିଛି। ଲୋକେ ନ ଚାହିଁ ମଧ୍ୟ ଅନେକ ଥର ଏପରି ଭୁଲ କରନ୍ତି, ଯାହା ତାଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିଥାଏ। ବେଳେବେଳେ ଲୋକେ ନିଜ ପ୍ରାଇଭେଟ ଫଟୋ ଉଠାଇ ନିଜ ଫୋନରେ ରଖନ୍ତି। ଅନେକ ଥର ସେହି ଫଟୋକୁ କାହାକୁ ସେୟାର କରିଦିଅନ୍ତି। କିନ୍ତୁ ଅନେକଥର ଏହି ଫଟୋର ଅପବ୍ୟବହାର ହୋଇଥାଏ।

ଅନେକ ଲୋକେ ଏପରି ପ୍ରାଇଭେଟ ଫଟୋ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟନ୍ତି। ତାଙ୍କୁ ବ୍ଲାକମେଲ କରନ୍ତି। ତେବେ ଏଭଳି ପରିସ୍ଥିତିରେ ଆପଣ ସେହି ବ୍ୟକ୍ତିଙ୍କୁ ଦଣ୍ଡ ଦେଇପାରିବେ। ଆସନ୍ତୁ ଜାଣିବା କିପରି।
ଆପଣଙ୍କୁ ସର୍ବପ୍ରଥମେ ସାଇବର ସେଲରେ ବ୍ଲାକମେଲିଙ୍ଗ ବିଷୟରେ ଅଭିଯୋଗ କରିପାରିବେ। ଏଥିପାଇଁ ଆପଣ ଅନଲାଇନ https://cybercrime.gov.in/କୁ ଯାଇ ନିଜ ଅଭିଯୋଗ ଦାଖଲ କରିପାରିବେ। ଏଥିସହ ଆପଣ ଅଫଲାଇନ

ସାଇବର ସେଲର ଅଫିସ ଯାଇ ମଧ୍ୟ ନିଜ ଅଭିଯୋଗ ଦାଖଲ କରିପାରିବେ। ସେଠାକୁ ଯାଇ ସମସ୍ତ ଡାଟା ଦେବାକୁ ପଡିଥାଏ। ଯେଉଁଥିରେ କଲ ଡିଟେଲ୍ସ, ମେସେଜ ଏବଂ ଜିନିଷ ବ୍ଲାକମେଲକୁ ଟ୍ରାସ କରିବାରେ ସହାୟକ ହୋଇପାରିବ।

Get real time updates directly on you device, subscribe now.