fbpx

୩୦ କିଲୋ ଡାଇନାମାଇଟ୍ ଲଗାଇ ଉଡ଼ାଇଦେଲେ ନିଜର ୭୫ ଲକ୍ଷ ଟଙ୍କାର ଟେସ୍ଲା କାର୍, ଏହା ଥିଲା କାରଣ

ନୂଆଦିଲ୍ଲୀ: ଟେସଲା କାର୍ ର ଜଣେ ମାଲିକ ନିଜ ଗାଡ଼ି ଠାରୁ ଅସନ୍ତୁଷ୍ଟ ହୋଇ ବ୍ଲାଷ୍ଟ କରାଇ ଉଡ଼ାଇ ଦେଇଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି । ଇନୋଭେସନ୍ ଓ ନୂତନ ଟେକ୍ନୋଲୋଜି କ୍ଷେତ୍ରରେ ଟେସଲା କାର୍ ହେଉଛି ନୁିନଆର ସର୍ବୋତ୍କୃଷ୍ଟ କାର୍ । ତେବେ ଏହି କାର୍ କୁ ଏହି ମାଲିକ ଜଣକ କାହିଁକି ନିଜ ହାତରେ ବ୍ଲାଷ୍ଟ କରାଇଦେଲେ ତାହା ଚାଲନ୍ତୁ ଜାଣିବା ।

ସୂଚନା ଅନୁସାରେ, ଫିନଲ୍ୟାଣ୍ଡରେ ଟେସଲା ମଡେଲ୍ ଏସ୍ ସେଡାନ୍ କାର୍ ର ମାଲିକ ୩୦ କିଲୋ ଡାଇନାମାଇଟ୍ ଦ୍ୱାରା ନିଜର ଦାମୀ ଟେସଲା ଗାଡ଼ିକୁ ଉଡ଼ାଇ ଦୁନିଆର ଧ୍ୟାନ ଆକର୍ଷଣ କରିଛନ୍ତି । ୨୦୧୩ ଟେସଲା ମଡେଲ୍ ଏସ୍ ଇଲେକ୍ଟ୍ରିକ୍ ସେଡାନ୍ ର ମାଲିକ ଟୁମାସ କଟେନେନ୍ କମ୍ପାନୀର ସର୍ଭିସ୍ ଦ୍ୱାରା ଅତିଷ୍ଟ ହୋଇପଡ଼ିଥିଲେ । ପ୍ରକୃତରେ ଗାଡ଼ିର ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍ ଦେଖାଉଥିବା ମଲ୍ଟିପଲ୍ ଏରର୍ କୋଡ୍ ରେ ସମସ୍ୟା ଦେଖାଦେଇଥିଲା । ଯାହାପରେ ସେ ସେଡାନ୍ କାର୍ କୁ ଟେସଲା ସର୍ଭିସ୍ ସେଣ୍ଟର୍ କୁ ଆଣିଥିଲେ ।

ଗୋଟିଏ ମାସର ଅପେକ୍ଷା ପରେ ଇଭି କମ୍ପାନୀ ପକ୍ଷରୁ କାର୍ ମାଲିକଙ୍କୁ କୁହାଯାଇଥିଲା ଯେ, କାର୍ ର ବ୍ୟାଟେରୀକୁ ବଦଳାଇବାକୁ ପଡ଼ିବ, ଯାହାର ଦାମ୍ ୨୨,୪୮୦ ଡଲ୍ରା (୧୭,୦୮,୭୮୩ ଟଙ୍କା) । ମାଲିକଙ୍କୁ ଏତିକି ଟଙ୍କା ଦେଇ ବ୍ୟାଟେରୀ କିଣିବାକୁ ହେବ । କାର୍ ଟି ୮ ବର୍ଷ ପୁରୁଣା ଥିବା ବେଳେ କୌଣସି ୱାରେଣ୍ଟି ମଧ୍ୟ ଦିଆଯାଇନଥିଲା । ଏହି କଥାରେ ଅତିଷ୍ଟ ହୋଇ କାର୍ ମାଲିକ ଟୁମାସ ନିଜର ଗାଡ଼ିରେ ୩୦ କିଲୋର ଡାଇନାମାଇଟ୍ ଲଗାଇ ଉଡ଼ାଇ ଦେଇଛନ୍ତି । ଖାଲି ସେତିକି ନୁହେଁ କାର୍ କୁ ପୋଡ଼ିବା ପୂର୍ବରୁ ସେଥିରେ ଏଲନ୍ ମସ୍କଙ୍କ ଏକ ଡମି ରଖିଥିଲେ ।

Get real time updates directly on you device, subscribe now.