fbpx

ଆଖି ମାରିବା କିମ୍ବା ଫ୍ଲାଇଙ୍ଗ କିସ୍ ଦେବା ଯୌନ ଉତ୍ପୀଡନ ସହ ସମାନ: POCSO କୋର୍ଟ

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : କୌଣସି ଝିଅକୁ ଆଖି ମାରିବା କିମ୍ବା ଫ୍ଲାଇଙ୍ଗ କିସ୍ ଦେବା ହେଉଛି ଯୌନ ଉତ୍ପୀଡନ ସହ ସମାନ । ତେବେ ଏହି ଘଟଣା ପାଇଁ POCSO କୋର୍ଟ ଜଣେ ୨୦ ବର୍ଷର ଯୁବକକୁ ୧ ବର୍ଷ ପାଇଁ ଜେଲ୍ ଦଣ୍ଡ ଦେଇଛନ୍ତି । ଏଥିସହ ଉକ୍ତ ଯୁବକଙ୍କ ଉପରେ ୧୫୦୦୦ ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି । କୋର୍ଟ ପକ୍ଷରୁ ରାୟରେ କୁହାଯାଇଛି ଯେ, ନାବାଳିକାଙ୍କୁ ଆଖି ମାରିବା ଏବଂ ଫ୍ଲାଇଙ୍ଗ କିସ୍ କରିବା ହେଉଛି ଯୌନ ଉତ୍ପୀଡନ ଶ୍ରେଣୀର । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି POCSO କୋର୍ଟ । ଯାହା ଏବେ ଚର୍ଚ୍ଚାର ପରିସରରେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜଣେ ୧୪ ବର୍ଷିୟ ନାବାଳିକା କହିିଛନ୍ତି ଯେ ୨୯ ଫେବୃଆରୀରେ ସେ ଯେତେବେଳେ ତାଙ୍କ ଭଉଣୀଙ୍କ ସହ କୌଣସି ଏକ ସ୍ଥାନକୁ ଯାଉଥିଲେ ସେତେବେଳେ ଜଣେ ଯୁବକ ତାଙ୍କୁ ଆଖି ମାରିବା ସହ ଫ୍ଲାଇଂ କିସ୍ କରିଥିଲା । ଏଥିପାଇଁ ତାଙ୍କ ମା ସେହି ଯୁବକ କୁ ଅନେକ ଥର ତାଗିଦ୍ କରିଥିଲେ । କିନ୍ତୁ ସେ ପୁଣି ଥରେ ସେପରି ଆଚରଣ କରିଥିଲା । ଆଉ ତାପରେ ନାବାଳିକା ଏବଂ ତାଙ୍କ ମା ମିଶି ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଥିଲେ । ଏହାପରେ କୋର୍ଟରେ ଏହି ମାମଲା ପହଞ୍ଚିବା ପରେ ଉକ୍ତ ଯୁବକକୁ ୧ ବର୍ଷ ପାଇଁ ଦଣ୍ଡ ସହିତ ୧୫୦୦୦ ଟଙ୍କା ଜୋରିମାନା କରାଯାଇଛି । ସେଥିମଧ୍ୟରୁ ୧୦୦୦୦ଟଙ୍କା ପୀଡିତାଙ୍କୁ ଦିଆଯିବ ବୋଲି ସୁଚନା ମିଳିଛି ।

ପ୍ରତିପକ୍ଷ ଓକିଲ କହିଛନ୍ତି ଯେ ଝିଅ ଏବଂ ତାଙ୍କ ମାଆଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଯୌନ ଉତ୍ପୀଡ଼ନ ଭଳି ଦେଖାଯିବା ଉଚିତ୍ ନୁହେଁ । ଓକିଲ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ ଏହି ମାମଲାର ସଠିକ୍ ଅନୁସନ୍ଧାନ କରିନାହିଁ । ତେବେ କୋର୍ଟ ଏହି ପ୍ରତିପକ୍ଷଙ୍କ ଆବେଦନକୁ ଅଣଦେଖା କରିଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେପରି କୌଣସି କାରଣ ନାହିଁ, ତେଣୁ ଏହା ସ୍ପଷ୍ଟ ହୋଇପାରିବ ନାହିଁ ଯେ ପୀଡ଼ିତା ଭୁଲ ଅଭିଯୋଗ କରିଛନ୍ତି । ତଥାପି ପ୍ରମାଣ ଅଛି ଯେ ଅଭିଯୁକ୍ତକୁ ଅନେକ ଥର ଏପରି କାର୍ୟ୍ୟକଳାପରୁ ନିବୃତ୍ତ ହେବାକୁ କୁହାଯାଇଥିଲା । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ କାହାକୁ ଆଖି ମାରିବା କିମ୍ବା ଫ୍ଲାଇଂ କିସ୍ କରିବା ଅପରାଧ ଅଟେ ।

Get real time updates directly on you device, subscribe now.