ସୁଟକେସ ଭିତରୁ ବାହାରୁଛି ପ୍ରବଳ ଦୁର୍ଗନ୍ଧ, ପୁଲିସ ଦେଖି ଆଶ୍ଚର୍ଯ୍ୟ

ଲାଲ ସୁଟକେସ ଭିତରୁ ଆସୁଛି ଦୁର୍ଗନ୍ଧ, ଖୋଲିଲାରୁ ସାମ୍ନାକୁ ଆସିଲା ଏଭଳି ସତ

ତେଲେଙ୍ଗାନା: ଲୋକଙ୍କୁ ମାରି ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେବାର ଦୃଶ୍ୟ ଏବେ ପ୍ରାୟତଃ ଆମେ ଶୁଣୁଛେ କିମ୍ବା ଦେଖୁଛେ। ସେହିଭଳି ଏକ ଘଟଣା ତେଲେଙ୍ଗାନାର ବାଚୁପଲ୍ଲୀରେ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ମହଳାଙ୍କୁ ମାରି ଲାଲ
ସୁଟକେସରେ ଭର୍ତ୍ତି କରି ରାସ୍ତା କଡରେ ଫୋପାଡ଼ି ଦିଆଯାଇଛି।

ସୁଟକେସ ଭିତରେ କିଏ? ସୂଚନା ଅନୁସାରେ, ବୁଧବାର ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ବାଚୁପାଲିରେ ଏକ ସୁଟକେସ୍‌ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା। ଯାହା ବିଜୟଦୁର୍ଗା ମାଲିକ ସଂଘ କଲୋନିର ରେଡ୍ଡି ଲ୍ୟାବ୍‌ର କାନ୍ଥ ପାଖରେ ପଡିଥିଲା।

ସେଠାକାର ଲୋକେ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ ଯେ, ଏହି ସୁଟକେସ୍‌ରୁ ବହୁତ ଜୋରରେ ଗନ୍ଧ ବାହାରୁଛି। ପୋଲିସ ଯେତେବେଳେ ଆସି ସେହି ସୁଟକେସ୍‌ ଯାଞ୍ଚ କଲା ସେଥିରୁ ଜଣେ ମହିଳାଙ୍କର ମୃତଦେହ ମିଳିଲା।

ମୃତ ମହିଳାଙ୍କ ବୟସ 25 ରୁ 35 ବର୍ଷ ମଧ୍ୟରେ କୁହାଯାଉଥିବାବେଳେ ପୋଲିସ ସନ୍ଦେହ କରୁଛି ଯେ, ଏହି ହତ୍ୟାକାଣ୍ଡ 10 ରୁ 12 ଦିନ ପୂର୍ବରୁ ଘଟିଥାଇପାରେ।

ଏପର୍ଯ୍ୟନ୍ତ ସେହି ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସଙ୍କ ମତରେ କେହି ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ମହିଳାଙ୍କ ପରିଚୟ ଏବଂ ତାଙ୍କୁ କିଏ ହତ୍ୟା କରିଛି ସେ ବିଷୟରେ ତଦନ୍ତ ଜାରି ରହିଛି।