BMC ଅଫିସରେ ଗୁଣ୍ଡାରାଜ୍ (Video) ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଆଣି ପିଟୁଥିବାର ଭିଡିଓ ଭାଇରାଲ

ଭୁବନେଶ୍ୱର: ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟାଳୟରୁ ଘୋଷାଡି ନେବା ସହ ବିଧା, ଗୋଇଠା ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ଆକ୍ରମଣକାରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିବା କହିଛି କମିାନରେଟ୍ ପୋଲିସ ।

କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିବେଳେ ଏ ଅଘଟଣ ଘଟିଥିବା ସୂଚନା ।