fbpx

ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଆସିଲା ବିଏମସିର ଗାଇଡଲାଇନ୍

ବ୍ରହ୍ମପୁର, ୨୧ା୩ (ଓଡିଶା ଭାସ୍କର): ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଚଳିତ ବର୍ଷ ବୁଢ଼ୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା କଟକଣାକୁ ମାନି ୭ ଦିନ ମଧ୍ୟରେ ଯାତ୍ରା କରାଇବାକୁ କୁହାଯାଇଛି । ଏଥି ସହ ପରବର୍ତ୍ତୀ ସମୟରେ ଏହି ଅବଧି ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି । ଏହି ଅବସରରେ ବେଶ ଓ କଳାକୁଞ୍ଜ ବନ୍ଦ ରଖିବା ନିର୍ଦ୍ଦେଶ ଦିଆଯିବା ସହ ଆସନ୍ତା କାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.