fbpx
BSKY SKY
BSKY SKY

ଖଣ୍ଡଗିରି ମାଘମେଳା ପାଇଁ ବିଏମ୍‍ସି ପକ୍ଷରୁ ମାର୍ଗଦର୍ଶିକା ଜାରି; କୋଭିଡ୍‍ ନିୟମ ମାନିବା ବାଧ୍ୟତାମୂଳକ

BSKY

ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ମେଳାରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ଦିନ ଧରି ଚାଲିବାକୁଥିବା ଏହି ମେଳାରେ ଚଳିତ ଥର ଯାତ୍ରାରେ ଅପେରାକୁ ଅନୁମତି ଦିଆଯାଇଛି। ୬ଟି ପଡ଼ିଆରେ ଅପେରା ହେବାକୁ ଥିବା ବେଳେ ପାର୍କିଂ ପାଇଁ ୩ଟି ସ୍ୱତନ୍ତ୍ର ପଡିଆ ଚିହ୍ନଟ କରାଯାଇଛି। ଅପେରାରେ ସାନିଟାଇଜର, ଦୁଇ ସିଟ୍‍ ମଧ୍ୟରେ ବ୍ୟବଧାନ ଓ ମାସ୍କ ବ୍ୟବସ୍ଥା ରହିବ।

ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ। ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ୱଛତା ଓ ପରିମଳ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ। ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍‌ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସ୍‍ଓପିରେ ଉଲ୍ଲେଖ କରିଛି। ଏହାସହ ନାଟକ ପେଣ୍ଡାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଦୃଷ୍ଟିରେ ରଖି କରାଯିବ।

Get real time updates directly on you device, subscribe now.