‘ଶ୍ରମିକଙ୍କୁ ଖରା ସମୟରେ କାମ କରାଇଲେ ମିଳିବ ଦଣ୍ଡ’, ବିଏମସିର ବଡ଼ ନିଷ୍ପତ୍ତି

ଖରା ପାଇଁ ବିଏମସିର ବଡ଼ ନିଷ୍ପତ୍ତି, ଏହି ସମୟରେ ବନ୍ଦ ରହିବ କାମ

ଭୁବନେଶ୍ୱର: ମାର୍ଚ୍ଚ ମାସରୁ ଅସହ୍ୟ ତାତି। ସୋମବାରରେ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହି ସହରର ତାପମାତ୍ରା ୩୭ ଡିଗ୍ରୀ ଥିଲା। ଖରାପର ପ୍ରଭାବ ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ଏହି ତାତି ପାଇଁ ଏବେଠୁ ହନ୍ତସନ୍ତ ହେଲେଣି।

ଚଳିତବର୍ଷ ଖରା ଏବଂ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ନୂଆ ଗାଇଡଲାଇନ ଜାରି କରିଛି।

ଏହି ସମୟରେ ବନ୍ଦ ରହିବ କାମ: ବିଏମସି ଅନୁଯାୟୀ, ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ କାମ। ଏହି ସମୟରେ ଯଦି ଶ୍ରମିକମାନଙ୍କୁ କାମ କରାଯାଏ, ତେବେ ଦଣ୍ଡ ମିଳିବ।

ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥିସହ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାଣି ବ୍ୟବସ୍ଥା କରାଯିବ। ସେହିପରି ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବ।