fbpx

ଏହି ଭୁଲ ପାଇଁ ତଣ୍ଡ ଗଣିବ BMW, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଦେଶର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ BMW ଇଣ୍ଡିଆ ଏହାର ଗ୍ରାହକଙ୍କୁ ଏକ ତୃଟିପୂର୍ଣ୍ଣ କାର ବିକ୍ରୟ କରିଥିବା ନେଇ ସୁପ୍ରିମକୋର୍ଟ ଉକ୍ତ କମ୍ପାନୀକୁୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୯ରେ BMW କମ୍ପାନୀ ଦ୍ୱାରା ହୋଇଥିବା ଗୋଟିଏ ଭୁଲ ପାଇଁ ଆଜି ଏଭଳି ସ୍ଥିତି ଦେଖାଦେଇଛି ।

ସୂଚନାରୁ ପ୍ରକାଶ ୨୦୦୯ରେ ଜଣେ ଗ୍ରାହକ(ଆବେଦନକାରୀ)BMW କମ୍ପାନୀର ଏକ କାର କ୍ରୟ କରିଥିଲେ । କିନ୍ତୁ ସେଥିରେ କିଛି ତୃଟି ଦେଖାଦେଇଥିଲା । ଏହା ପରେ ବ୍ୟକ୍ତି କମ୍ପାନୀ ବିରୋଧରେ ଏକ FIR ରୁଜୁ କରିଥିିଲେ ଏବଂ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ପହଂଚିଥିଲା । ୨୦୧୨ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ତୃଟିପୂର୍ଣ୍ଣ କାର ବଦଳରେ ଏକ ନୂତନ କାର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପଯୁକ୍ତ ମନେ ହେଲା ନାହିଁ । ତେଣୁ ସେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୦୧୨ ମସିହା ମାର୍ଚ୍ଚ ୨୨ରେ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିକୁ ପରିବର୍ତ୍ତନ କରି FIR ଆଧାରରେ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ କରିଥିଲେ । ବର୍ତ୍ତମାନ ଆବେଦନକାରୀଙ୍କୁ କ୍ଷତିପୂରଣ ବାବଦକୁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଏବଂ ଅଗଷ୍ଟ ୧୦ ସୁଦ୍ଧା କମ୍ପାନୀ ଏହି ଜରିମାନା ରାଶି ଆବେଦନକାରୀଙ୍କୁ ପ୍ରଦାନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.