ଖଲ୍ଲିକୋଟ: ରାଜ୍ୟରେ ଦିନକୁ ଦିନ ଜଙ୍ଗଲୀ ଜୀବଜନ୍ତୁଙ୍କ ଉପଦ୍ରବ ବଢିବାର ଲାଗିଛି । ଖାସ କରି ହାତୀ ଏବଂ ବାରହା ଭଳି ଜଙ୍ଗଲୀ ଜନ୍ତୁ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରିବା ସହ ସେମାନଙ୍କୁ ବିପଦରେ ପକାଉଛନ୍ତି । ତେବେ ନିକଟରେ ଏକ ହାତୀ ଦୁଇ ଶିଶୁଙ୍କୁ ଦଳି ମାରିଦେଇଥିବା ବେଳେ, ବର୍ତ୍ତମାନ ୮ ଜଣ ଲୋକ ଏକ ବାରହା ଆକ୍ରମଣର ଶିକାର ହୋଇଛନ୍ତି । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟର କୋଦଳା ଥାନା ଅନ୍ତର୍ଗତ ଜେ. ରାମପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର କିଛି ବ୍ୟକ୍ତି ବିଲରେ କାମ କରୁଥିବା ସମୟରେ ଏକ ବାରହା ସେମାନଙ୍କୁ ଆକ୍ରମଣ କରିଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହାତଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।