CHARIDHAM

ରାଜଧାନୀରେ ଚାଞ୍ଚଲ୍ୟ, ସ୍କୁଲ ଡଷ୍ଟବିନରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ସ୍କୁଲ ପରିସରକୁ କିପରି ଆସିଲା ନବଜାତ ଶିଶୁର ମୃତଦେହ?

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ।  ସ୍କୁଲ ପରିସରରୁ ମିଳିଲା ମୃତଦେହ, ତାହା ପୁଣି ଡଷ୍ଟବିନ ଭିତରୁ। ଆପଣ ଭାବୁଥିବେ ଜଣେ ବ୍ୟକ୍ତି ଡଷ୍ଟବିନ ଭିତରକୁ ଗଲା କିପରି?

ହେଲେ ଆମେ ଆପଣଙ୍କୁ ଏଠି କହି ରଖିବା ପାଇଁ ଚାହିଁବୁ କି ଏହି ମୃତଦେହ କୌଣସି ବଡ଼ ଲୋକର ନୁହେଁ ବରଂ ଜଣେ ନବଜାତ ଶିଶୁପୁତ୍ରର। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଘଟଣାଟି ହେଉଛି ରାଜଧାନୀ ଭୁବନେଶ୍ୱରର। ଏକ ଘରୋଇ ସ୍କୁଲ ହତାରେ ଥିବା ଏକ ଡଷ୍ଟବିନରୁ ନବଜାତକର ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।

ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁପୁତ୍ରର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।  ହେଲେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ ହତା ଭିତରକୁ ଶିଶୁପୁତ୍ରର ମୃତଦେହ ଆସିଲା କିପରି?

ଆଉ କିଏ ସ୍କୁଲ ପରିସରରେ ଥିବା ଡଷ୍ଟବିନରେ ନବଜାତକର ମୃତେଦହକୁ ଫିଙ୍ଗିଲା? ଏହା କୌଣସି କୁଆଁରୀ ମା’ର ଛୁଆ ନା କୌଣସି ଛାତ୍ରୀର? ଏମିତି ଅନେକ ପ୍ରଶ୍ନ ଏବେ ଘୂରି ବୁଲୁଛି।

ତେବେ ଦେଖାଯାଉ ପୋଲିସ ଏହି ଘଟଣାର କେମିତି ପର୍ଦ୍ଦାଫାସ କରୁଛି। ଆଉ ଏହି ନବଜାତ ଶିଶୁ କିପରି ସ୍କୁଲ ପରିସରର ଡଷ୍ଟବିନ ଭିତରକୁ ଆସିଲା ତାର ସତ କେବେ ସାମ୍ନାକୁ ଆସୁଛି।