Breaking: ବିଦ୍ୟୁତ ଖୁଣ୍ଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବିଦ୍ୟୁତ୍ ଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। କିପରି ହୋଇଛି ମୃତ୍ୟୁ କାରଣ ଅସ୍ପଷ୍ଟ।

କଟକ: ବିଦ୍ୟୁତ୍ ଖୁଣ୍ଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। କଟକ ତାଳଦଣ୍ଡା କେନାଲ ନିକଟରୁ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସକାଳୁ ସକାଳୁ ସ୍ଥାନୀୟ ଲୋକ ବିଦ୍ୟୁତ ଖୁଣ୍ଟରେ ଏକ ଯୁବକର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ।

ପରେ ଖୁଣ୍ଟ ଉପରୁ ଶବକୁ ତଳକୁ କଢ଼ା ଯାଇଥିଲା। ଘଟଣାଟି କାଲି ରାତିର ବୋଲି କୁହାଯାଉଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନି। କି ମୃତ୍ୟୁ କିପରି ହେଲା ତାହା ବି ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ କ’ଣ। ମୃତ୍ୟୁ କିପରି ହେଲା। ଏଠାକୁ କିପରି ଆସିଲେ ସବୁ କିଛି ସସପେନ୍ସ ଭିତରେ ରହିଛି।