fbpx

ଏଭଳି ଭୁଲ ଢଙ୍ଗରେ ବସୁଥିଲେ ହେଇଯାଆନ୍ତୁ ସାବଧାନ, ଗୋଡ ଛନ୍ଦି ବସିବା ଦ୍ୱାରା କମିପାରେ ଆପଣଙ୍କ ସ୍ପର୍ମ କାଉଣ୍ଟ!

ନୂଆଦିଲ୍ଲୀ: ମଣିଷ ତାର ନିତି ଦିନରେ କରୁଥିବା କିଛି କାର୍ଯ୍ୟ ତାର ଶରୀର ଉପରେ କେଉଁଭଳି ପ୍ରଭାବ ପାକେଇପରେ ତାହା ସେ ନିଜେ ଜାଣିନଥାଏ। ଚାଲିବା, ଶୋଇବା ଏବଂ ବସିବାର ଉପାୟ ଯଦି ଠିକ୍ ନ ହୁଏ, ତେବେ ଏହା ଆମର ସ୍ୱାସ୍ଥ୍ୟ ଉପରେ ଗଭୀର ଭାବ ପକେଇ ପରେ । ଏହି କାରଣରୁ ଆମର ହାଡ ଏବଂ ମାଂସପେଶୀ ଉପରେ ଚାପ ରହିଥାଏ । ତେଣୁ ଆମେ କାର୍ଯ୍ୟ କ୍ଷେତ୍ରରେ ଥିବା ବେଳେ ମୁଖ୍ୟତଃ ଏହି ସବୁ ଦିଗ ଉପରେ ନଜର ଦେବା ଅବଶ୍ୟ ।

ଅନେକ ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ଗୋଡ ଛନ୍ଦି ବସିବା ଦ୍ୱାରା ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ । ଏହି କାରଣରୁ, ଅନେକ ପ୍ରକାରର ସମସ୍ୟା ହୋଇପାରେ । ଏହା ଦ୍ୱାରା ଶରୀରର ନିମ୍ନ ଭାଗରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢିଥାଏ ।
ଉଚ୍ଚ ରକ୍ତଚାପର ସମସ୍ୟା ବଢିପାରେ କାରଣ ଏହି ଉପାୟରେ ବସିବା ଦ୍ୱାରା ରକ୍ତ ଶିରାରେ ଜମା ହେବା ଆରମ୍ଭ କରେ। ଯେଉଁଥିପାଇଁ ହୃଦୟରେ ଚାପ ମଧ୍ୟ ପଡିଥାଏ ।

ଦ କନର୍ଭସେସନ୍ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗୋଡ ଛନ୍ଦି ବସିବା ଦ୍ୱାରା ଏହା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ପ୍ରଭାବିତ କରିଥାଏ। ପୁରୁଷଙ୍କ ଟେଷ୍ଟିକ୍ଲସ ତାପମାତ୍ରା ଶରୀରର ଅନ୍ୟ ଅଂଶ ତୁଳନାରେ ଦୁଇରୁ ଛଅ ଡିଗ୍ରୀ ସେଲସିୟସ କମ୍ ହେବା ଉଚିତ୍। କିନ୍ତୁ ଏଭଳି ଭୁଲ ଢଙ୍ଗରେ ବସିବା ଦ୍ୱାରା ଟେଷ୍ଟିକ୍ଲସର ତାପମାତ୍ରା ଦୁଇ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ହୁଏ। ଯାହା ଦ୍ୱାରା ଏହା ଶୁକ୍ରାଣୁର ଗୁଣକୁ ମଧ୍ୟ ନଷ୍ଟ କରିଥାଏ ।

ତେଣୁ ଆମକୁ କଣ କରିବା ଆବଶ୍ୟକ : ମେରୁଦଣ୍ଡକୁ ସିଧା ରଖି ବସନ୍ତୁ ।
କାମ କରିବା ସମୟରେ ବେକ ଏବଂ ପିଠିକୁ ବଙ୍କା କରନ୍ତୁ ନାହିଁ ।
ଲାପଟପ୍ ଉଚ୍ଚତା ଏବଂ ଆଖି ସ୍ତର ସମାନ ହେବା ଆବଶ୍ୟକ ।
ଚେୟାରରେ କାମ କରିବାବେଳେ, ହାତକୁ ଝୁଲାଇ ରଖନ୍ତୁ ।
କୀ ବୋର୍ଡରେ ଟାଇପ୍ କରିବାବେଳେ, କୋଣକୁ ୯୦ ଡିଗ୍ରୀ କୋଣରେ ରଖନ୍ତୁ ନାହିଁ ।
ଯଦି ଘରୁ କାମ କରୁଛନ୍ତି, ତେବେ ଠିକ ଭାବରେ ବସି ରିଲାକ୍ସ ହେଇ କାମ କରନ୍ତୁ ।

Get real time updates directly on you device, subscribe now.