fbpx

୧୭ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ବୋଇଙ୍ଗ୍

ନୂଆଦିଲ୍ଲୀ: ବିମାନ ନିର୍ମାତା ବୋଇଂଗ୍ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । କଂପାନିର ଏହି ନିଷ୍ପତ୍ତି ଯୋଗୁଁ ପାଖାପାଖି ୧୭ ହଜାର କର୍ମଚାରୀ ଚାକିରି ହରାଇବେ । ବୋଇଂଗ୍ ର ଏହି ନିଷ୍ପତ୍ତି ଏହାର ଉତ୍ପାଦନରେ ମଧ୍ୟ ବିଳମ୍ବ କରିବ । ବାସ୍ତବରେ କମ୍ପାନୀ ବର୍ତ୍ତମାନ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ବୋଇଙ୍ଗ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ କେଲି ଓର୍ଟବର୍ଗ କର୍ମଚାରୀମାନଙ୍କୁ ଏକ ଇମେଲ୍ ରେ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ, ମ୍ୟାନେଜର ଏବଂ କର୍ମଚାରୀମାନେ ସମସ୍ତେ ବିପଦରେ ଅଛନ୍ତି ।

ବୋଇଂ ଏହାର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ବ୍ୟବସାୟରେ କ୍ଷତି ହେବ ବୋଲି ଚେତାବନୀ ଦେଇଛି । ଏହା ସହିତ କମ୍ପାନୀ ନିଜର ନୂଆ ଜାହାଜ ୭୭୭ ଏକ୍ସର ଡେଲିଭରି ତାରିଖ ମଧ୍ୟ ବୃଦ୍ଧି କରିଛି । ବୋଇଂ ମଧ୍ୟ କର୍ମଚାରୀଙ୍କ ଧର୍ମଘଟ ଏବଂ ବିମାନର ଗୁଣବତ୍ତାକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଓର୍ଟବର୍ଗ ମଧ୍ୟ ତାଙ୍କ ଇମେଲରେ କହିଛନ୍ତି ଯେ ଆଗାମୀ ମାସରେ କମ୍ପାନୀ କର୍ମଚାରୀଙ୍କୁ ଛଟେଇ ଜାରି ରଖିବ ।

Get real time updates directly on you device, subscribe now.