fbpx
BSKY SKY
BSKY SKY

ବଲିଉଡ୍ ଅଭିନେତା ରଣଦୀପ ହୁଦା ଆଜି ବିବାହ କରିବେ: କିଏ ସେହି ଭାଗ୍ୟଶାଳୀ ଅଭିନେତ୍ରୀ

BSKY

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଖୁସି ଖବର । ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡର ଜଣେ ଅଭିନେତା । ବହୁ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶକଙ୍କ ହୃଦୟରେ ଘର କରିସାରିଥିବା ଅଭିନେତା ରଣଦୀପ ହୁଦା ଆଜି ବିବାହ କରିବେ । ବିବାହ ପୂର୍ବରୁ ରଣଦୀପ ତାଙ୍କର ଭାବି ପତ୍ନୀଙ୍କ ସହିତ ମଣିପୁରର ରାଜଧାନୀ ଇମ୍ଫାଲରେ ପହଞ୍ଚିବା ସହିତ ମନ୍ଦିରରେ ପ୍ରାର୍ଥନା କରିଥିଲେ ।

ତେବେ ୪୭ ବର୍ଷୀୟ ରଣଦୀପ ମଣିପୁରର ୩୭ ବର୍ଷୀୟ ଅଭିନେତ୍ରୀ ତଥା ମଡେଲ ଲିନ ଲାଇଶ୍ରାମଙ୍କୁ ବିବାହ କରିବେ । ତେବେ ଏହି ବିବାହ ଉତ୍ସବରେ ବଲିଉଡର କୌଣସି ନାମୀ ତାରକା ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି । ବିବାହ ପୂର୍ବରୁ ଏହି ସେଲିବ୍ରେଟି ଯୋଡ଼ିଙ୍କୁ ବଲିଉଡର ବହୁ କଳାକାର ଅଭିନନ୍ଦନ ଜଣାଇଛନ୍ତି । ମଣିପୁରୀ ମଡେଲ ତଥା ଅଭିନେତା ଲିନଙ୍କୁ ଜୀବନସାଥୀ ଭାବେ ପାଇ ସେ ବହୁତ ଖୁସି ହେବେ ବୋଲି ରଣଦୀପ କହିଛନ୍ତି ।

ରଣବୀର-ଲିନ ଇମ୍ଫାଲରେ ବିବାହ କରିବେ ଓ ତା’ପରେ ମୁମ୍ବାଇରେ ରିସେପ୍ସନ ହେବ । ୨୦୦୧ରେ ମୁକ୍ତିଲାଭ କରିôଥବା ମିରା ନାୟରଙ୍କ ଫିଲ୍ମ ‘ମୁନସନ ୱେଡିଂ’ ଜରିଆରେ ରଣଦୀପ ନିଜର ଅଭିନୟ ଯାତ୍ରା ଶୁଭାରମ୍ଭ କରିଥିଲେ । ସେ ‘ଡରନା ଜରୁରୀ ହୈ’, ‘ରିସ୍କ’, ‘ଲଭ ଖିଲାଡ଼ୀ’, ‘ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ’, ‘ଜନ୍ନତ-୨’, ‘କକଟେଲ’, ‘ମର୍ଡର-୩’, ‘ବମ୍ବେ ଟକିଜ’, ‘ବାଗୀ-୨’, ‘ସୁଲତା’, ‘ଲଭ ଆଜକଲ’, ‘ରାଧେ’ ପରି ବହୁ ଫିଲ୍ମରେ ଅଭିନୟ କରିଛନ୍ତି । ସେହିପରି ଲିନ ‘ଆକ୍ସୋନେ’, ‘ମେରି କମ’, ‘ରେଙ୍ଗୁନ’ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଏଥିସହିତ ସେ ସେ ଜଣେ ମହିଳା ବ୍ୟବସାୟୀ ଅଟନ୍ତି ଓ ତାଙ୍କର ଏକ କମ୍ପାନୀ ଅଛି ।

Get real time updates directly on you device, subscribe now.