fbpx

(video): ସରଦାର ପଟେଲ କାହିଁକି ହୋଇ ପାରି ନ ଥିଲେ ଭାରତର ପ୍ରଧାନମନ୍ତ୍ରୀ,Freedom at Midnightରେ ହେବେ ଖୁଲାସା, ଦେଖନ୍ତୁ ଟିଜର

ଓଡିଶା ଭାସ୍କର: ପିରିୟଡ ଷ୍ଟ୍ରିମିଂ ସୋ’ର ଟିଜର ମଙ୍ଗଳବାର ରିଲିଜ କରାଯାଇଛି । ଏଥିରେ ଭାରତର ସ୍ୱାଧୀନତା ସମୟର ଦୃଶ୍ୟ ପ୍ରତିଫଳିତ ହୋଇଛି । ସ୍ୱାଧୀନତାର ଅନ୍ତିମ ଚରଣରେ ରାଜନୈତିକ ଉଷ୍ମତାକୁ ସୁନ୍ଦର ଭାବରେ ଦର୍ଶାଯାଇଛି । ଏହ ରାଜୈତିକ ଉଷ୍ମତା ହିଁ ଭାରତର ବିଭାଜନର କାରଣ ସାଜିଥିଲା । ଏହା ଇତିହାସରେ ସବୁଠୁ ବଡ ବିସ୍ଥାପନ ଥିଲା ।

ଏହି ସିନେମାର ଟିଜରରେ ଦେଖାଯାଉଥିବା ଏକ ଦୃଶ୍ୟରେ ମହାତ୍ମାଗାନ୍ଧୀ ସରଦାର ବଲ୍ଲଭଭାଇ ପଟେଲଙ୍କୁ ନିଜର ନାମାଙ୍କନକୁ ଫେରାଇ ନେବାକୁ କହୁଛନ୍ତି । ଫଳରେ ଜବାହାରଲାଲ ନେହେରୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାସ୍ତା ସଫା ହୋଇଯାଉଛି । ଏହି ସମୟରେ ସେମାନେ ଥିବା କୋଠରୀର ରାଜନୈତିକ ମାହୋଲ ହଠାତ ନାଟକୀୟ ଭାବରେ ବଦଳିଯାଉଛି ଓ ସିନେମାଟି ଗତିଶୀଳ ହେଉଛି । ଗାନ୍ଧୀ ୧୯୨୯,୧୯୩୭ ଓ ୧୯୪୬ ମସିହାରେ ନେହେରୁଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦ ଚୟନ କରିଥିଲେ । ଏଥିରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପଟେଲଙ୍କ ବଳିଦାନ ଉପରେ ନାରାଜ ହୋଇଥିଲେ । ଏହିସବୁ ଦୃଶ୍ୟ ମଧ୍ୟ ଏହି ସିନେମା ତଥା ସିରିଜର ଟିଜରରେ ଦେଖିବାକୁ ମିଳୁଛି ।

ଏହି ସିରିଜରେ ଜୀବନ୍ତ ଅଭିନୟର ନିଦର୍ଶନ ଛାଡୁଥିବା କଳାକାର ଅଭିନୟ କରୁଛନ୍ତି । ଜବାହାରଲାଲ ନେହେରୁଙ୍କ ଭୂମିକାରେ ସିଦ୍ଧାନ୍ତ ଗୁପ୍ତା, ମହତ୍ମାଗାନ୍ଧୀଙ୍କ ଭୂମିକାରେ ଚିରାଗ ୱୋହରା ତଥା ସରଦାର ପଟେଲ ଭାବରେ ଏଥିରେ ରାଜେନ୍ଦ୍ର ଚାୱଲାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।
‘ଫ୍ରିଡମ ଏଟ ମିଡନାଇଟ’ ଡୋମେନିକ ଲୈପିୟର ଓ ଲୈରୀ କାଁଲିନ୍ସଙ୍କ ଏହି ନାମର ପୁସ୍ତକ ଉପରେ ଆଧାରିତ । ଏହି ସିରିଜ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ ତଥା ସରଦାର ବଲ୍ଲଭଭାଇ ପଟେଲଙ୍କ ଭଳି ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ପ୍ରେରଣା, ସଂଘର୍ଷ ତଥା ବଳିଦାନର ପ୍ରମାଣ ଭାବରେ ଉଭା ହେବ ଓ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି ।

 

View this post on Instagram

 

A post shared by Sony LIV (@sonylivindia)

Get real time updates directly on you device, subscribe now.