fbpx

ପ୍ରେମରେ ଅଭିନେତ୍ରୀ ହିନାଙ୍କୁ ମିଳିଲା କି ଧୋକା? ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଲେ ଏପରି କଥା…

ମୁମ୍ବାଇ: ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ଅନେକ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ରିଆଲିଟି ଶୋ ବିଗବସକୁ ଯିବା ପରଠାରୁ ତାଙ୍କର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇଛି । ଫଳରେ ତାଙ୍କ ଫ୍ୟାନ୍ସ ହିନାଙ୍କ ବିଷୟରେ ଜାଣିବା ପାଇଁ ସର୍ବଦା ଇଚ୍ଛୁକ ଥାଆନ୍ତି । ତେବେ ହିନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ହିନା ଖାନ୍‌ ଏବଂ ରକି ଜୟସବାଲ ଦୁହେଁ ଦୀର୍ଘ ଦିନ ଧରି ରିଲେସନସିପ୍‌ରେ ଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିବା ସନ୍ଦେହ କରାଯାଉଛି । କାରଣ ହିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟରେ ଏହା ଲେଖିଛନ୍ତି ଯେ, ପ୍ରତାରଣା ହିଁ ଏକମାତ୍ର ସତ୍ୟ । ସେହିପରି ଅନ୍ୟ ଏକ ପୋଷ୍ଟରେ, ହିନା ଲେଖିଛନ୍ତି, ଯିଏ ତୁମ ସହିତ ବିଶ୍ୱାସଘାତକତା କରେ, ତାହା ଉପରେ କେବେ ବି ଅନ୍ଧ ଭଳି ବିଶ୍ଵାସ କରିବା ପରେ ନିଜକୁ କ୍ଷମା କରିବାକୁ ଭୁଲିଯାଅ ନାହିଁ। ବେଳେବେଳେ ଭଲ ହୃଦୟ ଖରାପ ଜିନିଷ ଦେଖେ ନାହିଁ । ତେବେ ହିନା ଖାନଙ୍କ ଏହି କ୍ରିପ୍ଟିକ୍ ପୋଷ୍ଟ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Hina Khan

ତେବେ ହିନା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥା କୁହନ୍ତି ନାହିଁ । କିନ୍ତୁ ତାଙ୍କର ଏପରି ପୋଷ୍ଟ ପରେ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ ଟେନସନ୍ ହୋଇଯିବା ସବ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଛନ୍ତି । ସେମାନଙ୍କଙ୍କ ମଧ୍ୟରି ଜଣେ ୟୁଜର୍ସ ଲେଖିଛନ୍ତି, ମ୍ୟାମ୍‌ ’କ’ଣ ହେଲା, ପ୍ଲିଜ୍‌ ମୋତେ କୁହ, ଆମେ ବହୁତ ଚିନ୍ତାରେ ଅଛୁ । ସେହିପରି ଅନ୍ୟ ଜଣେ ପଚାରିଛନ୍ତି, ଆପଣ ଠିକ ଅଛନ୍ତି ତ ?” କହିବାକୁ ଗଲେ ଏହି ପୋଷ୍ଟ ଗୁଡିକ ହିନା ଇନଷ୍ଟା ଷ୍ଟୋରୀରୁ ଡିଲିଟ୍‌ କରିଦେଇଥିବା ସତ୍ତେ୍ୱ ମଧ୍ୟ ତାଙ୍କ ପୋଷ୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ନେଇ ଅନେକ ୟୁଜର୍ସ ନିଜର ଭିନ୍ନ ଭିନ୍ନ ମତ ଦେଢ଼ଇଥିବା ବେଳେ ପ୍ରକୃତ ଘଟଣା କଣ ତାହା କେବଳ ହିନାଙଅିଁ କହିପାରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.