fbpx

ବକ୍ସ ଅଫିସରେ ଧମାଲ କରିବ ଫିଲ୍ମ ‘ପଠାନ’; ପ୍ରଥମ ଦିନ ପାଇଁ ବୁକିଂ ହେଲା ଏତିକି ଟିକେଟ୍

ମୁମ୍ବାଇ:କିଙ୍ଗ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ର ପୋଷ୍ଟର ରିଲିଜ ପରଠାରୁ ହିଁ ସେ ବିବାଦରେ ରହି ଆସିଛି । କେତେବେଳେ ପୋଷ୍ଟରକୁ ନେଇ ଚର୍ଚ୍ଚାରେ ରହିଛି ତ ଆଉ କେତେବେଳେ ଗୀତକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛି । ତେବେ ଏସବୁପରେ ମଧ୍ୟ ଫିଲ୍ମ ‘ପଠାନ’ ଚଳିତ ମାସ ୨୫ ତାରିଖରେ ସମସ୍ତ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ନେଇ ଶାହାରୁଖଙ୍କ ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ଦର୍ଶକ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି । ତେବେ ଫିଲ୍ମ ‘ପଠାନ’ର ଗୀତ ଏବଂ ଟ୍ରେଲର ଦର୍ଶକଙ୍କ ହୃଦୟଙ୍କ ହୃଦୟକୁ ଛୁଇଁଛି । ଯାହାର ପ୍ରମାଣ ପ୍ରଥମଦିନ ଫିଲ୍ମ ଦେଖିବା ପାଇଁ ହୋଇଥିବା ଟିକେଟ୍ ବୁକିଂରୁ ଜଣାପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାରେ ‘ପଠାନ’ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଆଡଭାନ୍ସ ଟିକେଟ୍ ବୁକିଂ କରାଯାଇଛି । ଯେଉଁଥିରୁ ଜଣାପଡିଛି ଯେ, ଆମେରିକାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୩ ହଜାର ଟିକେଟ୍ ବିକ୍ରି ହୋଇ ସାରିଛି । ଯାହାର ପରିମାଣ ହେଉଛି ୩୫୦ ହଜାର ଡଲାର ଅର୍ଥାତ୍ ୨.୮ କୋଟି ଟଙ୍କା । ଏଥି ସହିତ, ‘ପଠାନ’ର ଅଗ୍ରୀମ ବୁକିଂ ରିପୋର୍ଟରେ କୁହାଯାଇଛି ଯେ ଶାହାରୁଖଙ୍କ ଫିଲ୍ମ ପ୍ରାୟ ଜର୍ମାନୀରେ ୧୫୦ ହଜାର ୟୁରୋ ଆଡଭାନ୍ସ ବୁକିଂ ଅର୍ଥାତ୍ ୧.୩୨ କୋଟି ଟଙ୍କାର ବ୍ୟବସାୟ କରିବ । ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ମଧ୍ୟ ୪୫ ଲକ୍ଷ ଟଙ୍କାରେ ‘ପଠାନ’ର ଅଗ୍ରୀମ ବୁକିଂ କରାଯାଇଛି। ଫଳରେ ସମସ୍ତେ ଆଶା କରୁଛନ୍ତି ଯେ ଶାହାରୁଖଙ୍କ ଫିଲ୍ମ ପଠାନ ପ୍ରଥମ ଦିନରେ ଏକ ବଡ଼ ଉଦଘାଟନ କରିପାରିବ । ଏଥିସହିତ ଏହା ବକ୍ସ ଅଫିସରେ ଧମାଲ କରିବ ।

ତେବେ ଗୋଟିଏ ପଟେ, ବାଦଶାହ ଖାନ ୪ ବର୍ଷ ପରେ ବଡ ପରଦାକୁ ଫେରୁଥିବା ବେଳେ ବକ୍ସ ଅଫିସରେ ନିଜର ପ୍ରାଧାନ୍ୟ ଫେରି ପାଇବାକୁ ଚେଷ୍ଟା କରୁଛନ୍ତି । ଏଥି ସହିତ ଦୀପିକା ପାଦୁକୋନ ମଧ୍ୟ ଦୀର୍ଘ ସମୟ ଧରି ହିଟ୍ ଖୋଜୁଥିଲେ। ଯାହାକି ଏହି ଫିଲ୍ମରେ ମିଳିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ ସଲମାନ ଖାନଙ୍କ ମଧ୍ୟ ‘ପଠାନ’ରେ ଏକ କ୍ୟାମୋ ରହିଛି। କୁହାଯାଉଛି ଯେ ସଲମାନ ଫିଲ୍ମରେ ୧୦-୧୫ ମିନିଟ୍ ପର୍ୟ୍ୟନ୍ତ ନଜର ଆସିବେ। ତେବେ ପଠାନ୍ ଜାନୁୟାରୀ ୨୫ ରେ, ବକ୍ସ ଅଫିସରେ କିପରି ପଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.