fbpx
BJD SKY
BJD SKY

Video: ମୁକୁଳା ଡ୍ରେନରେ ପଡ଼ି ୯ ବର୍ଷୀୟ ବାଳକ ମୃତ; ଚେତୁନି ସିଏମ୍‌ସି, ଚିନ୍ତାରେ କଟକବାସୀ

BJD

କଟକ: ଜୀବନ ନେଲା ମୁକୁଳା ଡ୍ରେନ। ଗୁଡି ଉଡାଇବାକୁ ଯାଇ ଚାଲିଗଲା ଜୀବନ। କାନ୍ଦ ବୋବଳିରେ ଫାଟିପଡିଛି ପୂରା ଅଞ୍ଚଳ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା।

ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟମାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ପରିବାର ଓ ସମ୍ପର୍କୀୟ।

Get real time updates directly on you device, subscribe now.