fbpx

ଗାନ୍ଧୀ-ନେହେରୁ ପରିବାର ପ୍ରତି ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି । ନେହେରୁ-ଗାନ୍ଧୀ ପରିବାରର ଲୋକଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି । ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ପାଇଁ ପାୟଲ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏକ ସୋସିଆଲ ମିଡିଆ ଭିଡିଓ ଯୋଗୁଁ ପାୟଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆ ଭିଡିଓ ଯୋଗୁଁ ପୂର୍ବରୁ ବି ପାୟଲ ଅନେକଥର ଫସିଛନ୍ତି । ୩୬ ବର୍ଷୀୟା ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ଭିଡିଓ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି ।

ତେବେ ମିଳିଥିବା ରିପୋର୍ଟ ମୁତାବକ, ପାୟଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପାୟଲଙ୍କ ବିରୋଧରେ ଆଇପିସିର ଧାରା ୧୫୩ (ଏ), ୫୦୦, ୫୦୫ (୨) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ପୁଣେର କଂଗ୍ରେସ କମିଟି ଦ୍ୱାରା ଶିବାଜୀ ନଗର ପୋଲିସ ଷ୍ଟେସନରେ ଅଭିନେତ୍ରୀଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.