fbpx
BSKY SKY
BSKY SKY

ଆଜିଙ୍କ୍ୟ ରାହାଣେଙ୍କ ହାତରୁ ଖସିପାରେ ଉପ ଅଧିନାୟକ ପଦ ! ସବୁଠୁ ସଫଳ ଅଧିନାୟକଙ୍କୁ ମିଳିପାରେ ଦାୟିତ୍ୱ

BSKY

ଓଭାଲ : ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଟେଷ୍ଟରେ ଇନିଂସ ପରାଜୟବରଣ ଭୋଗିଛି । ଏହା ପରେ ଚତୁର୍ଥ ଟେଷ୍ଟରେ ଦଳରେ ବଡ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅଧିନାୟକ ବିରାଟ କୋହଲି ମଧ୍ୟ ଏହାର ସଙ୍କେତ ଦେଇ ସାରିଲେଣି । ସବୁଠୁ ଅଧିକ ନଜର ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଉପରେ ରହିଛି । ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏମିତିରେ ଆଜିଙ୍କ୍ୟ ରାହାଣେଙ୍କୁ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇପାରେ । ସେ ଦଳର ଉପ ଅଧିନାୟକ ମଧ୍ୟ ଅଛନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ରେ ବରାବର ରହିଛି।

ବର୍ତ୍ତମାନ ସିରିଜର ୩ଟି ମ୍ୟାଚରେ ଆଜିଙ୍କ୍ୟ ରାହାଣେ ୫ ଇନିଂସରେ ବ୍ୟାଟିଂର ସୁଯୋଗ ପାଇଛନ୍ତି । ସେଥିରୁ ୪ଟି ଇନିଂସରେ ସେ ୨୦ ରନ ମଧ୍ୟ କରି ପାରି ନାହାନ୍ତି । ନର୍ଟିଂହାମ ଟେଷ୍ଟରେ ସେ ୫ ରନ କରିଥିଲେ । ଏହା ପରେ ଲର୍ଡ୍ସ ଟେଷ୍ଟରେ ରାହାଣେ ୧ ଓ ୬୧ ରନର ଇନିଂସ ଖେଳିଥିଲେ । ପୁଣି ତୃତୀୟ ଟେଷ୍ଟର ଉଭୟ ଇନିଂସରେ ସେ କେବଳ ୧୮ ଓ ୧୦ ରନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବା ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ରୋହିତ ଶର୍ମା ଦଳର ବରିଷ୍ଠ ଖେଳାଳି ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇ ସାରିଛନ୍ତି । ଅନ୍ୟ କୌଣସି ଅଧିନାୟକ ଏହି ସଫଳତା ପାଇ ପାରି ନାହନ୍ତିା । ତେଣୁ ରୋହିତ ଶର୍ମାଙ୍କୁ ଟେଷ୍ଟର ଉପ ଅଧିନାୟକ ଦାୟିତ୍ୱ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ରାହାଣେଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ ।

ତୃତୀୟ ଟେଷ୍ଟରେ ଚେତେଶ୍ୱର ପୂଜାରା ୯୧ ରନେର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ଚତୁର୍ଥ ଟେଷ୍ଟ ପାଇଁ ନିଜର ସ୍ଥାନ ସୁରକ୍ଷିତ କରି ପାରିଛନ୍ତି । ହେଲେ ରାହାଣେଙ୍କ ସ୍ଥାନ ବିପଦରେ ରହିଛି । ଏହି ମଧ୍ୟକ୍ରମ ବ୍ୟାଟସମ୍ୟାନ ୭୭ ଟେଷ୍ଟରେ ୧୩୦ ଇନିଂସରୁ ୪୦ ହାରରେ ୪୭୪୨ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୨୪ ଅର୍ଦ୍ଧଶତକ ସାମିଲ ।

Get real time updates directly on you device, subscribe now.