fbpx

ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଘର ଛାଡି ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି ଶିଳ୍ପା !

ମୁମ୍ବାଇ: ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ ଗୁଲାଇ ୧୯ରୁ ଗିରଫ ହୋଇ ଜେଲରେ ଅଛନ୍ତି । ପୋର୍ଣ୍ଣୋଗ୍ରାଫୀ ମାମଲାରେ ନାଁ ଆସିବା ପରଠାରୁ ଶିଳ୍ପା ଶେଟ୍ଟୀ ଲଗାତାର ଭାବେ ଚର୍ଚ୍ଚାରେ ରହିଛନ୍ତି । ‘ସୁପର ଡ୍ୟାନ୍ସ’ରୁ ପ୍ରାୟ ଏକ ମାସର ବ୍ରେକ ନେବା ପରେ ଶିଳ୍ପା ପୁଣିଥରେ ସୁଟିଂ ଆରମ୍ଭ କରିଛନ୍ତି, କିନ୍ତୁ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ସହିତ ପ୍ରୋଫେସନାଲ ଜୀବନର ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଏବେ ଖବର ମିଳୁଛି କି, ଶିଳ୍ପା ତାଙ୍କ ଭବିଷ୍ୟତ ଜୀବନ ପାଇଁ ରାଜ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇ ରହିବାକୁ ପ୍ଲାନିଂ କରୁଛନ୍ତି ।

ତେବେ ଶିଳ୍ପା ଏବେ ରାଜଙ୍କ ଘର ଛାଡି ନିଜ ଜୀବନ ଓ ପିଲାଙ୍କ ପାଇଁ ପ୍ଲାନିଂ କରୁଛନ୍ତି । ରିପୋର୍ଟ ମୁତାବକ, ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ, ଶିଳ୍ପା ରାଜ କୁନ୍ଦ୍ରାଙ୍କଠାରୁ ଦୂରେଇ ଯାଇ ଅଲଗା ରହିବାକୁ ପ୍ଲାନିଂ କରୁଛନ୍ତି । ଶିଳ୍ପାଙ୍କ ଶେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବାହାଘର ୨୦୦୯ରେ ହୋଇଥିବା ଓ ତାଙ୍କର ପୁଅ ଭିଆନ୍ ଓ ଝିଅ ସମୀଶା ନାମରେ ୨ ସନ୍ତାନ ଅଛନ୍ତି । ଶିଳ୍ପାଙ୍କ ବନ୍ଧୁ କହିଛନ୍ତି ଯେ, ‘ଶିଳ୍ପା ରାଜଙ୍କ ଟଙ୍କା ଛୁଇଁବାକୁ ଚାହାଁନ୍ତି ନାହିଁ । ଶିଳ୍ପା କାମ କରୁଛନ୍ତି ଓ ନିଜ ପିଲାଙ୍କ ଯତ୍ନ ନେବା ପାଇଁ ଯଥେଷ୍ଟ ।’

Get real time updates directly on you device, subscribe now.