fbpx
BSKY SKY
BSKY SKY

ବାୟୁ ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁଷ କମିପାରେ ୯ ବର୍ଷ : ରିପୋର୍ଟ

BSKY

ନୂଆଦିଲ୍ଲୀ : ଦୁନିଆରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ଆୟୁଷ ମଧ୍ୟ କମିବାରେ ଲାଗିଛି । ଏହାକୁ ନେଇ ଏକ ଆମେରିକୀୟ ରିସର୍ଚ୍ଚ ଗ୍ରୁପର ସଦ୍ୟତମ ରିପୋର୍ଟରେ ଦାବି କରାଯାଇଛି ଯେ, ବାୟୁ ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁ ୯ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ସରଳ ଭାଷାରେ କହିବାକୁ ଗଲେ ୪୦ ପ୍ରତିଶତ ଭାରତୀୟ ୯ ବର୍ଷ କମ ବଞ୍ଚିବେ ।

ୟୁନିଭର୍ସିଟି ଅଫ ଚିକାଗୋର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ମଧ୍ୟ, ପୂର୍ବ ଓ ଉତ୍ତର ଭାରତ ଅଞ୍ଚଳରେ ରହୁଥିବା ପ୍ରାୟ ୪୮ କୋଟି ଲୋକେ ବାୟୁ ପ୍ରଦୂଷଣର ପରି ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି । ଏପିକର ରିପୋର୍ଟରେ କୁହାଯାଇଛି ଯେ, ସମୟ ସହିତ ପରିବେଶ ଆହୁରି ଦୂଷିତ ହେବାରେ ଲାଗିଛି । ପ୍ରଦୂଷଣର ଉଚ୍ଚସ୍ତର ବଢିବାରେ ଲାଗିଛି । ଉଦାହରଣ ଭାବେ ଦେଖିବାକୁ ଗଲେ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ବାୟୁର ଗୁଣବତ୍ତା ଦ୍ରୁତ ଗତିରେ ଖରାପ ହେଉଛି ।

ବିପଦଜ୍ଜନକ ବାୟୁ ପ୍ରଦୂଷଣ ସ୍ତର ଉପରେ ଅଙ୍କୁଶ ଲଗାଇବା ପାଇଁ ୨୦୧୯ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନସିଏପି)ର ପ୍ରଶଂସା ରିପୋର୍ଟରେ କୁହାଯାଇଛି ଯେ, ଏନସିଏପି ନିଜର ଲକ୍ଷ୍ୟପ୍ରାପ୍ତି ପାଇଁ ଯେଉଁ ପଦକ୍ଷେପ ନେଇଛି ସେଥିରେ ଲୋକଙ୍କ ଆୟୂଷ ୧.୭ ବର୍ଷ ଓ ନୂଆଦିଲ୍ଲୀରେ ୩. ୧ ବର୍ଷ ବଢିପାରେ ।

ସୂଚନାଯୋଗ୍ୟ, ଗତ ବର୍ଷ କରୋନା କଟକଣା ଏବଂ ଲକଡାଉନ ଯୋଗୁଁ ପରିବେଶରେ ଅନେକ ସୁଧାର ଆସିଥିଲା । ଗ୍ରୀଷ୍ମ ସମୟରେ ମଧ୍ୟ ସ୍ୱଚ୍ଛ ପବନ ପ୍ରବାହିତ ହୋଇଥିଲା । କିଛି ମାତ୍ରାରେ ତାପମାତ୍ରା ମଧ୍ୟ ହ୍ରାସ ପାଇଥିଲା।

Get real time updates directly on you device, subscribe now.