ଓଡ଼ଶା ଭାସ୍କର: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ରୋଲ ହେବାରେ ଲାଗିଛନ୍ତି ବଲିଉଡ୍ ଅଭିନେତା ବରୁଣ ଧୱନ । ତା’ ପୁଣି କୌଣସି ଫିଲ୍ମ, ଡାଇଲଗ୍, ଗୀତ ଅବା ସିନକୁ ନେଇ ନୁହେଁ । ବରଂ ସେ ଏକ କାର୍ଯ୍ୟକ୍ରମରେ ଦେଇଥିବା ମନ୍ତବ୍ୟକୁ ନେଇ ଟ୍ରୋଲ ହେବାରେ ଲାଗିଛନ୍ତି । ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଆଜ୍ ତକର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଭେଡିଆ ଆକ୍ଟର ବରୁନ । ଯେଉଁଠାରେ ଖୋଲା ମଞ୍ଚରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏକ ସାକ୍ଷାତକାର ଚାଲିଥିଲା । ହଠାତ୍ କାର୍ଯ୍ୟକ୍ରମ ମଝିରେ ବରୁନ ଛିଡ଼ା ହୋଇ ଅମିତ ଶାହାଙ୍କ ପ୍ରଶଂସା କରିବା ଆରମ୍ଭ କରିଥିଲେ । ସେ କହିଥିଲେ ଅନେକ ଲୋକ ଶାହାଙ୍କୁ ଦେଶର ଚାଣକ୍ୟ ବୋଲି କୁହନ୍ତି । ମୋ ଦୃଷ୍ଟିରେ ଶାହା ଦେଶର ହନୁମାନ । ସବୁବେଳେ ସେ ଦେଶର ସେବା କରିବାକୁ ପ୍ରସ୍ତୁତ ।
चाटुकारिता में वरुण धवन ने सबको पीछे छोड़ दिया है pic.twitter.com/TQWJ0qTi4D
— Nikhil chavda (@Nikhilchavdagj1) December 16, 2024
ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି । ଲୋକମାନେ ନରୁନ୍ଙ୍କୁ ଅନେକ ଅଷଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିବା ଆରମ୍ଭ କରିଦେଲେଣି । କିଛି ୟୁଜର କହୁଛନ୍ତି ନିଜସ୍ୱ ଫାଇଦା ପାଇଁ ବରୁନ ଶାହାଙ୍କ ତାପଲୁସି କରୁଛନ୍ତି । ଏମିତି ଅନେକ କିଛି । ନିକଟରେ ବରୁନ ଧୱନଙ୍କ ଫିଲ୍ମ ବେବୀ ଜନ୍ ରିଲିଜ୍ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆଥିଲି ଏବଂ ବରୁନଙ୍କ ସହ କ୍ରିତି ସୁରେଶ ଏବଂ ଜ୍ୟାକି ସର୍ଫ ପ୍ରମୁଖ କଳାକାର ଅଭିନୟ କରିଥିଲେ । ଫିଲ୍ମଟିକୁ କିନ୍ତୁ ବକ୍ସ ଅଫିସ ସଫଳତା ମିଳିପାରି ନ ଥିଲା ।