fbpx

(VIDEO)ସୁଟିଙ୍ଗ ସେଟରେ ଟାଇଗର ଶ୍ରଫଙ୍କ ସହ ଅଘଟଣ; ଭିଡିଓ ଭାଇରାଲ

ମୁମ୍ବାଇ:ବଲିଉଡ ଆକ୍ଟର ଟାଇଗର ଶ୍ରଫ ତାଙ୍କ ଆକ୍ସନ ଏବଂ ଷ୍ଟଣ୍ଟ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଆକ୍ସନ ମୁଭି ଯିବପିଢିଙ୍କୁ ବହୁତ ଉତ୍ସାହିତ କରିଥାଏ । ତେବେ ଟାଇଗର ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ଚଳଚିତ୍ରରେ ଅନେକ ଆକ୍ସନ ସିନ ରଖିଥାନ୍ତି । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ତେବେ ପ୍ରତିଥର ପରି ଏଥର ମଧ୍ୟ ଟାଇଗର ଆକ୍ସନ ସିନ୍ ସୁଟିଙ୍ଗ କରୁଥିବାବେଳେ ତାଙ୍କ ସହ ଏକ ଅଘଟଣ ଘଟିଛି । ଯାହା ସମ୍ପର୍କରେ ଅଭିନେତା ନିଜେ ସୂଚନା ଦେଇଥିବା ଜଣାପଡିଛି ।

ଟାଇଗର ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କିଛି ଆକ୍ସନ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି । ତେବେ ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଏକ କଂକ୍ରିଟ ବେସ ବେସିନ୍ ଭାଙ୍ଗିବା ସମୟରେ ତାଙ୍କୁ ଖୁବ୍ ଜୋର ଆଘାତ ଲାଗିଛି । ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସେ ଲେଖିଛନ୍ତି । ତେବେ ସେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ ମତେ ଲାଗୁଥିଲା ମୁ ଏହି ଷ୍ଟଣ୍ଟ କରିପାରିବି ଏବଂ ନିଜକୁ ଶକ୍ତିଶାଳୀ ମଧ୍ୟ ଭାବୁଥିଲି । କିନ୍ତୁ ଷ୍ଟଣ୍ଟ ସମୟରେ ବେସିନ ଭାଙ୍ଗିଲା ସତ ତା ସହିତ ମୋ ଗୋଡ ମଧ୍ୟ ଭାଙ୍ଗିଗଲା । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତା ଟାଇଗର ଜଣେ ବ୍ୟକ୍ତିଙ୍କ ସହ ଜବରଦସ୍ତ ଆକ୍ସନ ମୁଡରେ ଅଛନ୍ତି , ଏଥିସହିତ ସେ ବିଭିନ୍ନ ପ୍ରକାର ଷ୍ଟଣ୍ଟ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ବ୍ୟକ୍ତିଜଣକ ସିମେଣ୍ଟରେ ତିଆରି ବେସିନ ଉଠାଇଥିବାବେଳେ ଟାଇଗର ସେହି ବେସିନକୁ ଭାଙ୍ଗି ଦେଉଛନ୍ତି । ଏହାପରେ ଟାଇଗରଙ୍କ ଗୋଡରେ ଶକ୍ତ ଆଘାତ ଲାଗୁଛି, ଫଳରେ ସେ ଚାଲିପାରୁ ନଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Tiger Shroff (@tigerjackieshroff)

ଅଭିନେତା ଟାଇଗର ଶ୍ରଫ ଏହି ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ନିକଟକୁ ବିଭିନ୍ନ ପ୍ରକାର କମେଣ୍ଟ ଆସିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଫିଲ୍ମମେକର ସାୱିର ଖାନ୍, ଟାଇଗରଙ୍କ ମାଆ ଆୟଶା ଶ୍ରଫ ଏବଂ ଗଣ୍ଠଶିଳ୍ପି ଶାନ୍ ସାମିଲ ଥିବା ଜଣା ପଡିଛି ।

Get real time updates directly on you device, subscribe now.