fbpx

ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁ ପୁରୁଷଶୂନ୍ୟ: କାଲି ବୋମାମାଡ଼ ସହ ଫୁଟିଥିଲା ଗୁଳି

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗିରଫ ଭୟରେ ଦଣ୍ଡୁଆସିପଡ଼ା ଗାଁ ହୋଇଛି ପୁରୁଷଶୂନ୍ୟ । ଗତକାଲି ଗାଁରେ ବୋମା ଓ ଗୁଳିକାଣ୍ଡ ଘଟିଥିଲା । ହୋଲିଖେଳ ବେଳେ ୨ ଗୋଷ୍ଠୀ ବଚସାରୁ ହୋଇଥିଲା ଗଣ୍ଡଗୋଳ ।

ତେବେ ପୂର୍ବ ବିବାଦକୁ ନେଇ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ହୋଇଉଠିଛି । ଦୁଇ ଗୋଷ୍ଠୀ ମଧ୍ୟରେ ୩୦ରୁ ଅଧିକ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ଏକାଧିକ ବୋମାମାଡ଼ ସହ ସଂଘର୍ଷ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.