fbpx

ରାଜଧାନୀରେ ୨ଟି ସ୍ଥାନରେ ଫୁଟିଲା ବୋମା; ଲୋକେ ଆତଙ୍କିତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ଼ । କେଦାରପଲ୍ଲୀ ଅଞ୍ଚଳର ୨ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଥିବା ଜଣାପଡ଼ିଛି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା ଜାରି ରଖିଛି ଏବଂ ସ୍ୱତନ୍ତ୍ର ଟିମ୍ ସହ ଅଧିକ ତଦନ୍ତ ଚଳାଇଛି । ତେବେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ କେଦାରପଲ୍ଲୀ ଓ ବ୍ରହ୍ମପୁରସାହି ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ।

ସୂଚନାରୁ ପ୍ରକାଶ ଗଣେଶ ପୂଜାକୁ କେନ୍ଦ୍ର କରି ପୂର୍ବରୁ ଲାଗି ରହିଥିବା ଦୁଇ ଗୋଷ୍ଠୀ ବିବାଦରୁ ଏହି ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହି ଘଟଣା ପରେ କେଦାରପଲ୍ଲୀ ଓ ବ୍ରହ୍ମପୁରସାହୀରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନଙ୍କୁ ତୁରନ୍ତି ଗିରିଫ ଦାବି ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଘେରିଥିଲେ ।

Get real time updates directly on you device, subscribe now.