fbpx

Emailରେ ମିଳିଲା ହସ୍ପିଟାଲକୁ ବମରେ ଉଡ଼ାଇବା ଧମକ, ଘଟଣାସ୍ଥଳରେ ପୋଲିସ ଏବଂ ବମ୍ ସ୍କ୍ୱାଡର ସର୍ଚ୍ଚ ଅପରେସନ୍ ଜାରି

ଜୟପୁର: ରାଜସ୍ଥାନ ଜୟପୁର ସ୍ଥିତ ୨ଟି ବଡ଼ ହସ୍ପିଟାଲକୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବମ୍ ସ୍କ୍ୱାଡ୍ ଏବଂ ପୋଲିସ ପହଂଚି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଏନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନାରୁ ପ୍ରକାଶ ଜୟପୁର ସ୍ଥିତ ସିକେ ବିର୍ଲା ଏବଂ ମୋନିଲେକ୍ ହସ୍ପିଟାଲକୁ ରବିବାର ସକାଳ ୭ଟାରେ ଇ-ମେଲ୍ ମାଧ୍ୟମରେ ବମରେ ଉଡ଼ାଇବା ଧମକ ମିଳିଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡରେ ରହିଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ ହସ୍ପିଟାଲ ଖାଲି କରାଯାଇଛି । ପୋଲିସ, ବମ୍ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡଙ୍କ ସହ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଫାୟାର ବ୍ରିଗେଡ୍ ମଧ୍ୟ ଉପସ୍ଥିତ ଅଛନ୍ତି । ଏନେଇ ପିଟିଆଇ ଏକ୍ସରେ ସୂଚନା ଦେଇଛି ।

Get real time updates directly on you device, subscribe now.