ପୁଣି ମୁମ୍ବାଇକୁ ଟାର୍ଗେଟ୍, ଦୁଇ ପ୍ରସିଦ୍ଧ ସ୍ଥାନକୁ ବୋମା ପକାଇ ଉଡାଇ ଦେବାକୁ ଧମକ
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ମେଲ ।
ମୁମ୍ବାଇ: ପୁଣି ଟାର୍ଗେଟରେ ମୁମ୍ବାଇ । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ମେଲ ।
ସୂଚନା ଅନୁଯାୟୀ,ଏହି ଧମକ ପୂର୍ଣ୍ଣ ମେଲ୍ ଏୟାରପୋର୍ଟ ପୋଲିସର ସରକାରୀ ଇମେଲ୍ ଆଇଡିକୁ ଆସିଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି ।
ମୁମ୍ବାଇ ବିମାନବନ୍ଦରକୁ ପୂର୍ବରୁ ମଧ୍ୟ ବୋମାରେ ଉଡ଼ାଇ ଦେବାର ଧମକ ଆସିସାରିଛି । କିନ୍ତୁ ଏଥର ପଠାଯାଇଥିବା ଧମକପୂର୍ଣ୍ଣ ମେଲରେ ମୁମ୍ବାଇ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସକୁ ବୋମାରେ ଉଡ଼ାଇ ଦିଆଯିବା କଥା ଲେଖା ହୋଇଛି ।
ଆତଙ୍କବାଦୀ ଅଫଜଲ୍ ଗୁରୁ ଏବଂ ସୈବାକୁ ଶଙ୍କରଙ୍କୁ ଫାଶି ଦିଆଯିବା ମାମଲାରେ ମେଲ୍ ଟି ଆସିଛି । ଇମେଲ୍ ପାଇବା ପରେ, ମୁମ୍ବାଇ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ମିଳିନାହିଁ। ପୋଲିସ ମେଲ୍ ପଠାଇଥିବା ଅଭିଯୁକ୍ତଙ୍କୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି।
ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ନଭେମ୍ବର 2023ରେ, ଏକ ଇମେଲ୍ ମାଧ୍ୟମରେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ 2 ଉପରେ ବୋମା ମାଡ଼ କରାଯିବାର ଧମକ ଦିଆଯାଇଥିଲା। ମେଲରେ ୪୮ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଡଲାର ଦାବି କରାଯାଇଥିଲା, କିନ୍ତୁ ତଦନ୍ତ ସମୟରେ କୌଣସି ବିସ୍ଫୋରକ ମିଳିନଥିଲା।
ଏହା ବ୍ୟତୀତ, ନଭେମ୍ବର 2024 ରେ ମଧ୍ୟ, ଜଣେ ଅଜଣା ନମ୍ବରରୁ CISF କଣ୍ଟ୍ରୋଲ ରୁମକୁ ଫୋନ୍ କରି ମୁମ୍ବାଇ ବିମାନବନ୍ଦରକୁ ବୋମା ମାରିବାକୁ ଧମକ ଆସିଥିଲା, ଯଦିଓ ଏହି ଧମକ ପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।
ସେହିପରି, ମେ 2024 ରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍, କୋତାଜ ମହଲ ପ୍ୟାଲେସ୍ ହୋଟେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ପରେ, ଏଠାରେ କୌଣସି ବିସ୍ଫୋରକ ମିଳିନଥିଲା।