fbpx

Eiffel Towerକୁ ବମରେ ଉଡ଼ାଇ ଦେବାକୁ ଧମକ: ସଙ୍ଗେସଙ୍ଗେ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରାଗଲା

ନୂଆଦିଲ୍ଲୀ: ପ୍ୟାରିସ ସ୍ଥିତ ଏଫିଲ ଟାୱାରକୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହାପରେ ଏଫିଲ ଟାୱାରକୁ ପୋଲିସ ପକ୍ଷରୁ ଖାଲି କରାଯାଇଥିଲା । ବିଶ୍ୱର ସବୁଠାରୁ ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଏଫିଲ ଟାୱାରକୁ ଉଡ଼ାଇ ଦେବା ନେଇ ଧମକ ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଧମକ ମିଳିବା ପରେ ସଙ୍ଗେସଙ୍ଗେ ଏଫିଲ ଟାୱାରରୁ ସମସ୍ତ ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା । ଏଥିସହିତ ୧୨ ତାରିଖ ପାଇଁ ଜନତାଙ୍କ ପାଇଁ ଏହି ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରି ଦିଆଯାଇଥିଲା ।

ଏହି ଧମକ ମିଳିବା ପରେ ମଧ୍ୟ ପ୍ୟାରିସ ସ୍ଥିତ ଏଫିଲ ଟାୱାରର ତିନୋଟି ମହଲାକୁ ଖାଲି କରି ଦିଆଯାଇଥିଲା । ଏଥିସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସର ବହୁ ଟିମକୁ ଉକ୍ତ ସ୍ଥାନରେ ମୁତୟନ କରାଯାଇ ଘଟଣାର ଅନୁସନ୍ଧାନ କରାଯାଉଛି । ଟାୱାରର ଆଖାପାଖ ଅଞ୍ଚଳରେ ମଧ୍ୟ ସନ୍ଧାନ କାର୍ଯ୍ୟ ଜାରି ରହିଛି । ଏହି ଐତିହାସିକ ସ୍ମାରକୀ ନିକଟରେ ପୋଲିସ ପକ୍ଷରୁ ବାରିକେଡ୍ କରାଯାଇଛି । ଟାୱାର ନିକଟରୁ ଦୂରରେ ରହିବା ପାଇଁ ସମସ୍ତ ପର୍ଯ୍ୟଟକଙ୍କୁ କୁହାଯାଇଛି ।

ପ୍ୟାରିସ ସ୍ଥିତ ଏଫିଲ ଟାୱାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଲାଭ କରିଛି । ୧୯୮୭ ମସିହା ଜାନୁଆରୀ ମାସରେ ଏହି ଟାୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୮୯ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ସମାପ୍ତ ହୋଇଥିଲା । ୧୯୮୯ ମସିହାର ବିଶ୍ୱ ମେଳା ଅବସରରେ ଏହି ସ୍ଥଳରେ ୨୦ ଲକ୍ଷ ପର୍ଯ୍ୟଟକ ଯୋଗ ଦେଇଥିଲେ । ଗତବର୍ଷ ପ୍ୟାରିସର ଏହି ଐତିହାସିକ ସ୍ଥଳରେ ଦେଶ ବିଦେଶର ୬୨ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା ।

Get real time updates directly on you device, subscribe now.