ପୂର୍ବ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ଼, ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର

ଭୁବନେଶ୍ବର: ଅଶାନ୍ତ ହେଲା ଖଲ୍ଲିକୋଟ । ଟାଇଲ୍ସ ଦୋକାନ ଉପରକୁ ବୋମାମାଡ ହୋଇଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଜଣାପଡିଛି । କେଶପୁର ଛକରେ ବୋମା ଫୁଟିଛି । ତେବେ ବୋମାମାଡ ହୋଇଥିବା ଦୋକାନର ମାଲିକ ଦିଲ୍ଲୀପ ପାହାନଙ୍କର ବୋଲି ଜଣାପଡିଛି । ଦୋକାନଟି ବନ୍ଦ ରହିଥିବା ବେଳେ 3ଟି ବୋମାମାଡ କରିଥିଲେ ଦୁର୍ବୃତ୍ତ । ତେବେ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକରେ ଆସି ଦେକାନ ଉପରକୁ ବୋମାମାଡ କରିଥିଲେ । ତେବେ ଗତ ନିର୍ବାଚନରେ ଦୋକାନ ମାଲିକ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ପରିବାର ଲୋକେ ଏହି ଦୋକାନକୁ ସମ୍ଭାଳୁଥିଲେ । ତେବେ କେଉଁ କାରଣ ପାଇଁ ବୋମାମାଡ ହୋଇଛି ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ସାକ୍ଷୀଙ୍କୁ ଭୟଭୀତ କରିବା ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି । ବୋମାମାଡ କରି ଦୁର୍ବୃତ୍ତ ଘଟଣାସ୍ଥଳକୁ ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.