fbpx

ଜାନୁଆରୀ ୧୦ ତାରିଖରୁ ସମ୍ମୁଖ ଯୋଦ୍ଧା, ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

Advertisement

ନୂଆଦିଲ୍ଲୀ: ଶନିବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇରେ ସମସ୍ତେ ସହଯୋଗ କରିବାକୁ କହିବା ସହ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବା, ହାତ ଧୋଇବା ମାସ୍କ ପିନ୍ଧିବା ଏବଂ ଟିକା ନେବା ପାଇଁ ନିବେଦନ କରିଛନ୍ତି । ଏହା ସହ କରୋନା ବିରୋଧୀ ଲଢ଼େଇରେ ସବୁଠାରୁ ଅଧିକ ସହଯୋଗ କରିଥିବା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଘୋଷଣା କରଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବୋଧନ ଦେବା ଅବସରରେ ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ପ୍ରଧାନମନ୍ତ୍ରୀ ଦିଆଯିବାନେଇ ଘୋଷଣା କରିଛନ୍ତି । ୨୦୨୨ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ୍ ଦିଆଯିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ରୋଗରେ ଆକ୍ରାନ୍ତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଲଢ଼େଇରେ ଦେଶକୁ ସୁରକ୍ଷିତ ରଖିବାରେ ସମ୍ମୁଖ ଯୋଦ୍ଧା ବହୁତ ବଡ଼ ଯୋଗଦାନ ରହିଛି । ସେମାନେ ଆଜିବି କରୋନା ବିରୋଧରେ ଲଢ଼େଇରେ ନିଜର ସମୟ ବିତାଉଛନ୍ତି । ତେଣୁ ସତର୍କତା ଦୃଷ୍ଟିରୁ ସେମାନଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି କହିଥିଲେ ବୟସ୍କ ଏବଂ ଅନ୍ୟାନ୍ୟ ରୋଗ ପିଡୀତ ବ୍ୟକ୍ତିଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ନେବା ପାଇଁ ପରାମର୍ଶ ଦିଆଯାଉଛି ।

Get real time updates directly on you device, subscribe now.