fbpx

ପୁରା ବିଶ୍ୱର ଫାର୍ମାସିରେ ପରିଣତ ହୋଇଛି ଭାରତ- ବୋରିସ ଜନସନ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଲେ ଖାସ୍ ଦୋସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଜି ଦିଲ୍ଲୀ ହାଇଦ୍ରାବାଦ୍ ହାଉସ୍ ରେ ଦ୍ୱପପାକ୍ଷିକ ଆଲୋଚନା କରିଛନ୍ତି । ଏହା ପରେ ଉଭୟେ ନେତା ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବୋରିସ ଜନସନ ଭାରତର ପ୍ରଗତୀକୁ ବେଶ୍ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଆଜି ଭାରତ ପୁରା ବିଶ୍ୱର ଫାର୍ମାସିରେ ପରିଣତ ହୋଇଛି । ଭାରତରେ ପ୍ରସ୍ତୁତ ଟିକା ମୋ ଦେହରେ ମଧ୍ୟ ଲାଗିଛି । ଯାହା ମୋତେ ପୁରା ସୁସ୍ଥ କରି ଦେଇଛି । ଏଥି ପାଇଁ ମୁଁ ଭାରତକୁ ଧନ୍ୟବାଦ ଦେବି । ଭାରତରେ ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଭାକ୍ସିନ୍ ବ୍ରିଟେନରେ ଏଷ୍ଟ୍ରାଜେନେକା ନାମରେ ସେଠାରେ ବ୍ୟବହାର ହେଉଛି । ଏହାକୁ ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପ୍ରସ୍ତୁତ କରୁଛି । ତେବେ ଏହାର ଅନୁସନ୍ଧାନ କାର୍ଯ୍ୟ ଏଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି କରିଥିଲେ ।

ଏହି ସମୟରେ ବୋରିସ ଜନସନ ନରେନ୍ଦ୍ର ମୋଦୀଙ୍କୁ ନିଜର ଖାସ୍ ବନ୍ଧୁ ବୋଲି କହିଥିଲେ । ଦୁହିଁଙ୍କ ମଧ୍ୟରେ ଅଦ୍ଭୁତ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବଢାଇବାକୁ ସେ ତତ୍ପର ବୋଲି କହିଛନ୍ତି । ଏହି ସମୟରେ ଭାରତକୁ ବ୍ରିଟେନ ଯୁଦ୍ଧ ଜାହାଜ ନିର୍ମାଣ କରିବା ଦିଗରେ ସାହାଯ୍ୟ କରିବ ବୋଲି ସେ କହିଥିଲେ । ଏପରିକି ଏହାର ଜ୍ଞାନକୌଶଳ ମଧ୍ୟ ସେୟାର କରିବାକେ ସେ ପ୍ରସ୍ତାବ ଦେଇଥିବା ସୁତ୍ରରୁ ଖବର ମିଳିଛି ।

ଏହା ସହିତ ତାଙ୍କ ଗସ୍ତ ଆରମ୍ଭରୁ ତାଙ୍କୁ କରାଯାଇଥିବା ଜୋରଦାର ସ୍ୱାଗତକୁ ନେଇ ସେ କହିଛନ୍ତି ଯେ, ମୋତେ ଏପରି ଅନୁଭବ ହେଉଛି ଯେପରିକି ମୁଁ ସଚିନ୍ ତେନ୍ଦୁଲକର କିମ୍ବା ଅମିତାଭ ବଚ୍ଚନ । ଦୁହିଁଙ୍କ ମଧ୍ୟରେ ଆଲୋଚନା ସମୟରେ ୟୁକ୍ରେନ ବିଷୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୂଚନା ଦେଇଥିଲେ । ଏବଂ ଆଲୋଚନା ମାଧ୍ୟମରେ ହିଁ ଶାନ୍ତି ଫେରିପାରିବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.