ଅବତାର-୨ ରିଲିଜ ପରେ ବି ଜାରି ରହିଛି ଦୃଶ୍ୟମ୍-୨ର ଧମାଲ; ପାଞ୍ଚ ସପ୍ତାହରେଏତିକି କୋଟି ରୋଜଗାର କରିଲା

ମୁମ୍ବାଇ: ନିର୍ଦ୍ଦେଶକ ଜେମ୍ସ କେମରୁନଙ୍କ ଫିଲ୍ମ ଅବତାର ଦ ୱେ ଅଫ୍ ୱାଟର ରିଲିଜ ପରଠାରୁ ହିଁ ବକ୍ସ ଅପିସରେ ତାର ଜଲୱା ଜାରି ରଖିଛି । ଫଳରେ ମାତ୍ର ଗୋଟିଏ ସପ୍ତାହରେ ସେ ୨୦୦ କୋଟି ଟଙ୍କା ରୋଜଗାର କରିଛି । ତେବେ ଏହି ଫିଲ୍ମ କେବଳ ଘରୋଇ ବଜାରରେ ନୁହଁ ବରଂ ୱାଲର୍ଡ ୱାଇଡରେ ମଧ୍ୟ ତାର ଦବଦବା ଜାରି ରହିଛି । କିନ୍ତୁ ସବୁଠାରୁ ବଡକଥା ହେଉଛି ଏତେ ବଡ ଏବଂ ମହଙ୍ଗା ଫିଲ୍ମ ଥିଏଟରରେ ଥିବା ସତ୍ତ୍ୱେ ଅଜୟ ଦେଗନଙ୍କ ଅଭିନିତ ଫିଲ୍ମ ଦୃଶ୍ୟମ୍-୨ ଏବେ ବି ଦର୍ଶକଙ୍କ ହୃଦୟ ଜିତୁଛି ଏବଂ ପଞ୍ଚମ ସପ୍ତାହରେ ମଧ୍ୟ ତାର ରୋଜଗାର ଜାରୀ ରଖିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅବତାର -୨ ରିଲିଜ ପରେ ମଧ୍ୟ ଫିଲ୍ମ ଦୃଶ୍ୟମ୍-୨ର କ୍ରେଜ କମିନାହିଁ । ଏହି ଫିଲ୍ମ ରିଲଜ ପରଠାରୁ ହିଁ ଚର୍ଚ୍ଚାରେ ରହିଛି । ଯାହାକି ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଦେଶର ବିଭିନ୍ନ ସିନେମା ଘରେ ରିଲିଜ ହୋଇଥିଲା । ତେବେ ଫିଲ୍ମ ଦୃଶ୍ୟମ୍-୨ ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଫଳରେ ଏହା ରିଲିଜ ହୋଇଥିବା ସମସ୍ତ ଫିଲ୍ମକୁ ଫଛରେ ପକାଇ ଦେଇଛି । ଏଥିସହିତ ଏହା ୨୦୦ କୋଟି କ୍ଲବରେ ମଧ୍ୟ ସାମିଲ ହୋଇଛି ।

ତେବେ ଦୃଶ୍ୟମ୍-୨ରେ ଆଜୟଦବଗନଙ୍କ ଅଭିନୟ ଏବଂ ଆଇଜି ଭୁମିକାରେ ଥିବା ତେବେ ଅକ୍ଷୟ ଖାନ୍ନାଙ୍କ ଦମଦାର ଏଣ୍ଟ୍ରୀ ଏହି ଚଳଚ୍ଚିତ୍ରରେ ଟ୍ୱିଷ୍ଟ ଆଣିଛି । ତେବେ ଦୃଶ୍ୟମ୍-୨ ରିଲିଜ ପରଠାରୁ ଆଜି ପର୍ଯ୍ୟନ୍ତ ବକ୍ସ ଅଫିସରେ ଆଗେଇ ଚାଲିଛି । ଏଥିସହିତ ତାର ବକ୍ସ ଅଫିସ କଲେକ୍ସନ ମଧ୍ୟ ଭଲ ରହିଛି । ପଞ୍ଚମ ସପ୍ତାହରେ ମଧ୍ୟ ଫିଲ୍ମ ଦୃଶ୍ୟମ୍-୨ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ୍ ରୋଜଗାର ୨୨୪.୬୮ କୋଟି ରହିଛି । ଯାହାକି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍ ରହିଛି ।

ଅନ୍ୟପକ୍ଷେ ଅବତାର ୨ ମଧ୍ୟ ଗୋଟିଏ ସପ୍ତାହରେ ୱାଲର୍ଡ ୱାଇଡରେ ୫ହଜାର କୋଟି ଏବଂ ଭାରତରେ ୨୩୫ କୋଟି ଟଙ୍କା ରୋଜଗାର କରିଛି । ତେବେ ଅବତାରର ପାର୍ଟ -୧ ୨୦୦୯ ମସିହାରେ ରିଲିଜ ହୋଇଥିବା ବେଳେ , ପାଖାପାଖି ୧୩ ବର୍ଷ ପରେ ଅବତାର -୨ ରିଲିଜ ହୋଇଛି । ଏହି ଫିଲ୍ମ ପାଇଁ ୨୫୦ ମିଲିୟନ ଡଲାର ଅର୍ଥାତ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସବୁଠାରୁ ମହଙ୍ଗା ଫିଲ୍ମ । ଏତିସହିତ ଏହାକୁ ହିଟ୍ ହେବାକୁ ହେଲେ ବହୁତ ରୋଜଗାର କରିବାକୁ ପଡିବ । ଏତତ୍ ବ୍ୟତୀତ ଏହି ଫିଲ୍ମ ଦୃଶ୍ୟମ-୨ କୁ ମଧ୍ୟ ଟକ୍ଟର ଦେବାକୁ ପଡିବ ।