(Video) ମୋ ସ୍ୱାମୀ ଜଣେ ରାକ୍ଷସ, ଟଙ୍କା ନୁହେଁ ମୁଁ କେବଳ ଡିଭୋର୍ସ ଚାହେଁ….
ଅର୍ଜୁନ ପୁରସ୍କାର ବିଜେତା ଦମ୍ପତିଙ୍କ ସଙ୍ଗିନ ଅଭିଯୋଗ । ସ୍ୱାମୀଙ୍କୁ ମାଡ଼ ମାରି ଏବେ ମାଗୁଛନ୍ତି ଡିଭୋର୍ସ ।
ଚଣ୍ଡିଗଡ଼: କବାଡି ଖେଳାଳି ତଥା ଜାତୀୟ କବାଡି ଦଳର ପୂର୍ବତନ ଅଧିନାୟକ ଦୀପକ ହୁଡା ଏବଂ ୱାର୍ଲ୍ଡ ଚାମ୍ପିୟନ ବକ୍ସର ସ୍ୱିଟି ବୁରାଙ୍କ ଦାମ୍ପତ୍ୟ ଜୀବନରେ ଛାଇଯାଇଛି କଳା ବାଦଲ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହେବା ପରେ ଦୁହେଁ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ ।
କିନ୍ତୁ ସେଠାରେ ସମାସ୍ୟାର ସମାଧାନ ହେବା ବଦଳରେ ସ୍ୱିଟି ସ୍ୱାମୀ ଦୀପକଙ୍କୁ ମାଡ଼ ମାରିଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଏହାପରେ ଏ ଘଟଣା ଏବେ ଆଉ ଏକ ମୋଡ଼ ନେଇଛ, ଯେଉଁଥିରେ ସ୍ୱିଟି ଏକ ପ୍ରେସ୍ କନଫରେନ୍ସ କରି ଦୀପକଙ୍କଠାରୁ ଡିଭୋର୍ସ ନେବା କଥା କହିଛନ୍ତି ।
Hisar, Haryana: Former World Championship gold medallist boxer Saweety Boora alleges prolonged harassment by her husband, Deepak Hooda, says, “On March 11, I informed the Hisar SP that I no longer want to live with him. I don’t want a single penny from him—just a divorce and my… pic.twitter.com/ua1LIvOVZP
— IANS (@ians_india) March 23, 2025
ଏଥିସହ ଦୀପକଙ୍କ ବିରୋଧରେ ସେ ଅନେକ ସଙ୍ଗିନ ଆରୋପ ମଧ୍ୟ ଲଗେଇଛନ୍ତି, ଯେଉଁଥିରେ ସେ କହିଛନ୍ତି, ଦୀପକଙ୍କର ପୁଅମାନଙ୍କ ପ୍ରତି ଦୁର୍ବଳତା ରହିଛି । ବାହାଘର ପରେ ଏକାଠି ରହିବା ସମୟରେ ଦୀପକ ତାଙ୍କୁ ବାଡ଼ିଆ ମରା କରନ୍ତି । ଯୌତୁକ ମାଗିବା ସହ ତାଙ୍କୁ ନିର୍ଯାତିକ କରୁଥିବା ସ୍ୱିଟି କହିଛନ୍ତି ।
ସେ କେବଳ ଦୀପକଙ୍କଠାରୁ ଅଲଗା ହେବାକୁ ଚାହୁଁଥିବାବେଳେ ସ୍ୱାମୀଙ୍କଠାରୁ ଭରଣ ପୋଷଣ ବାବଦକୁ କିଛି ଟଙ୍କା ଚାହାନ୍ତି ନାହିଁ ବୋଲି ମିଡିଆ ଆଗରେ ସ୍ପଷ୍ଟ କରିଛନ୍ତି । ଏଥିସହ ସେ ସ୍ୱାମୀ ଦୀପକଙ୍କୁ ସେ ରାକ୍ଷସ ବୋଲି ସମ୍ବୋଧନ କରିଛନ୍ତି ।
୨୦୨୨ରେ ସ୍ୱିଟି ଓ ଦୀପକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଦୁଇଜଣଯାକ ପ୍ରତିଷ୍ଠିତ ଖେଳାଳି ହୋଇଥିବାବେଳେ ସେମାନେ ପ୍ରେମ ବିବାହ କରିଥିଲେ । ପରିବାର ଓ ବନ୍ଧୁ, ପ୍ରିୟଜନଙ୍କ ଗହଣରେ ସେମାନଙ୍କ ବାହାଘର ବେଶ୍ ଧୁମ୍ ଧାମରେ ହୋଇଥିଲା ।
बॉक्सर स्वीटी बूरा ने थाने में अपनी पति दीपक हुड्डा की पिटाई कर दी।
वायरल वीडियो हिसार थाने का है जहां दोनों पक्ष सुनवाई के लिए पहुंचे थे।
स्वीटी बूरा ने दीपक हुड्डा पर मारपीट और दहेज प्रताड़ना का आरोप लगाकर तलाक का केस दायर किया है।#saweetyboora #DeepakHooda #haryana pic.twitter.com/S6V6BWT7eD
— सनातनी हिन्दू राकेश (मोदी का परिवार) (@Modified_Hindu9) March 24, 2025