fbpx

(Video) ଫିଲ୍ମ ଷ୍ଟାଇଲରେ କିଡନାପ୍: ରାଜଧାନୀରୁ ଅପହରଣ, ନୟାଗଡ଼ରୁ ଉଦ୍ଧାର

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଅପହରଣ । ପଛରୁ ଆସିଲେ ଗାଡ଼ିରେ ଜୋରଜବରଦସ୍ତ ବସାଇଲେ ଆଉ ନେଇ ଚାଲିଗଲେ ୮୦୦ କିଲୋମିଟର । କେବଳ ସେତିକି ନୁହେଁ ବାରମ୍ବାର ପରିବାର ଲୋକଙ୍କୁ ଟଙ୍କା ପାଇଁ କରୁଥିଲେ ଦାବି  । ନଦେଲେ ଜୀବନରୁ ମାରିଦେବାକୁ ମଧ୍ୟ ଦେଉଥିଲେ ଧମକ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରିବା ସହ ପରିବାର ଲୋକଙ୍କୁ ପୁଅକୁ ଫେରାଇବା ବଦଳରେ ଦାବି କରିଥିଲେ ମୋଟା ଅଙ୍କର ଟଙ୍କା । ଶେଷରେ ଅପହରଣ ହୋଇଥିବା ଇଷାନଙ୍କ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ ଏବଂ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆରମ୍ଭ କରିଦେଇଥିଲା ଅପରେସନ । ଶେଷରେ ଫୋନ ଟ୍ରାକିଂ ଦ୍ୱାରା ନୟାଗଡ଼ରୁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା କମିଶନରେଟ୍ ପୋଲିସ ।

 

 

Get real time updates directly on you device, subscribe now.