ଦିଲ୍ଲୀରେ ଚାଞ୍ଚଲ୍ୟ, ଭୂତ ପାଇଁ କରବା ଚୌଥ କରିଥିଲେ ଗର୍ଭବତୀ! ହତ୍ୟା କରି ମାଟି ତଳେ କବର ଦେଇଦେଲା..

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ନାଙ୍ଗଲୋଇରେ ଜଣେ ଗର୍ଭବତୀ ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ । ଏହାପରେ ମୃତଦେହକୁ ହରିୟାଣା ନେଇ ସେଠାରେ କବର ଦେଇଦେଇଥିଲା । ହତ୍ୟାକାରୀ ଭୂତ ଯେତେ ଚତୁର ରହିଥିଲେ ମଧ୍ୟ ପୋଲିସ ହାତରୁ ଖସି ପାରିବ ନାହିଁ । ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରି ବୟଫ୍ରେଣ୍ଡଙ୍କ ସମେତ 2ଜଣଙ୍କୁ ଗିରଫ କରିଛି । ମୃତ ଗର୍ଭବତୀ ଯୁବତୀଙ୍କର ନାମ ସୋନି ବୋଲି ଜଣାପଡିଛି ।

20 ବର୍ଷିୟ ସୋନିଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କ ନାମ ହେଉଛି ସଲିମ ଛଦ୍ମନାମ ସଞ୍ଜୁ । ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ନିଷ୍ଠୁର ଭାବରେ କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ସଲିମ ପ୍ରଥମେ ତାଙ୍କ ଯୋଜନାରେ ଦୁଇ ବନ୍ଧୁ ହ୍ରିତିକ ଏବଂ ପଙ୍କଜଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ସମସ୍ତେ ଏକାଠି ହୋଇ କରବା ଚୌଥରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।  ତା’ପରେ ସଲିମ ଭଡା ନେଇ ଏକ କାର ଆଣି ସୋନିଙ୍କୁ ଡାକିଥିଲେ । କରବା ଚୌଥରେ ଦେଖା କରିବା ପାଇଁ ଡାକିବାରୁ ସୋନି ମଧ୍ୟ ରାଜି ହୋଇଥିଲା । ସୋନି କାରରେ ବସିବା ପରେ ସାଙ୍ଗମାନେ ମିଶି ତାଙ୍କ ଗଳା କାଟି ହତ୍ୟା କରିଥିଲେ । ସେମାନେ ରୋହତକର ଏକ ଜଙ୍ଗଲକୁ ଯାଇ ମୃତଦେହକୁ ମାଟି ତଳେ ପୋତି ଦେଇଥିଲେ । ପରେ ଭଡାରେ ଆଣିଥିବା କାରକୁ ଫେରାଇ ଘରକୁ ଚାଲିଯାଇଥିଲେ ।

ତେବେ ଝିଅ ନମିଳିବା କାରଣରୁ ବାପା ଥାନାରେ ଏତଲା ଦେଇଥିଲେ । ପଚରାଉଚରା ସମୟରେ ଭଉଣୀ କହିଥିଲା ସେ ଭୂତ ସହିତ କଥା ହେଉଥିଲା । ଇନଷ୍ଟାଗ୍ରାମରେ ମଧ୍ୟ ଆଇ ଲଭ ୟୁ ଭୂତ ବୋଲି ଲେଖିଥିଲା । ତେବେ ନମ୍ବର ଟ୍ରାକ କରିବା ପରେ ଜଣାପଡିଥିଲା ବୟଫ୍ରେଣ୍ଡର ନାମକୁ ସେ ଭୂତ ବୋଲି ସେଭ କରିଥିଲେ । ଗର୍ଭବତୀ ହେବା କାରଣରୁ ସେ ହତ୍ୟା କରିଥିଲା । ଏହି ଘଟଣାରେ ପୋଲିସ 3ଜଣଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।