fbpx

ବୟସ ମାତ୍ର ୧୪, ହେଲେ ମନେ ରଖିଛନ୍ତି ୯୧ ଦେଶର ରାଷ୍ଟ୍ରୀୟ ସଙ୍ଗୀତ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଅନ୍ୟ ଦେଶର ଭାଷାକୁ ସହଜରେ ବୁଝି ପାରିନଥାନ୍ତି । ଏହାକୁ ବୁଝିବାକୁ ମଧ୍ୟ ଆମକୁ ସମୟ ଲାଗିଥାଏ । ତେବେ ଆମେ ଏମିତି ଜଣେ ବାଳକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବିଭିନ୍ନ ଦେଶର ରାଷ୍ଟ୍ରୀୟ ସଙ୍ଗୀତ ମନେ ରଖିଛନ୍ତି ଆଉ ଏଥିପାଇଁ ତାଙ୍କୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ।

୨୦୦୭ରେ ଗୁଜରାଟର ଭଦୋଦରାରେ ଜନ୍ମଗ୍ରହଣ କରିଥିବା ଅମିତ ମନେ ରଖିଛନ୍ତି ପ୍ରାୟ ୯୧ ଦେଶର ଜାତୀୟ ସଂଙ୍ଗୀତ  । ଯାହାକୁ ସେ ମନେ ରଖିବା ସହ ଅତି ସହଜରେ ମଧ୍ୟ ଗାଇ ପାରୁଛନ୍ତି । ଆଉ ଏଥିପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଅଥର୍ବ ଅମିତ ।

ଦୀର୍ଘ ପାଞ୍ଚ ବର୍ଷ ତଳେ ସେ ଜିଜ୍ଞାସାବସତଃ ଲୋକପ୍ରିୟ କଳାକାରଙ୍କ ଦ୍ୱାରା ପରିବେଷଣ ହୋଇଥିବା ଭାରତୀୟ ଜାତୀୟ ସଙ୍ଗୀତ ବିଷୟରେ ଇଣ୍ଟରନେଟରେ ଖୋଜୁଥିଲେ  । ଏହାକୁ ଶୁଣିବା ପରେ ସେ ପାକିସ୍ତାନର ରାଷ୍ଟ୍ରୀୟ ସଙ୍ଗୀତ ମଧ୍ୟ ଶୁଣିଥିଲେ ଏହା ପରେ ସେ ଅନ୍ୟ କିଛି ଦେଶର ରାଷ୍ଟ୍ରୀୟ ସଙ୍ଗୀତ ଶୁଣିବାକୁ ଲାଗିଲେ ଆଉ ଏହା ତାଙ୍କୁ ଆନନ୍ଦିତ କରିଥିଲା, ଆଉ ଏଥିରେ ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ଏହା ପରେ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୯୧ ଟି ଦେଶର ରାଷ୍ଟ୍ରୀୟ ସଙ୍ଗୀତ ମନେ ରଖିଥିଲେ ।

Get real time updates directly on you device, subscribe now.