fbpx

(Video) ୱାଃ! ଛୋଟ ପିଲାର କି’ ବୁଦ୍ଧି, କୁନି ହାତରେ ବାପାଙ୍କୁ ବାଢ଼ି ଦେଉଛି ଖାଇବା…

ପିଲାମାନଙ୍କ ନିରୀହତା ଦେଖିବାକୁ ଖୁବ୍ ଭଲ ଲାଗେ । ପିଲାମାନଙ୍କର କୁନି କୁନି କଥା ହେଉ, କିମ୍ବା ସେମାନଙ୍କର କିଛି ମଜାଦାର କାରନାମା । ଅନେକ ସମୟରେ ଖୁବ୍ ମଜା ଲାଗିଥାଏ । ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଗୋଟିଏ କୁନି ପିଲା କିଛି ଛୋଟ କାମ କରୁନାହିଁ, ବରଂ ନିଜର କୁନି ହାତରେ ଖାଇବା ବାଢ଼ିଦେଉଛି । ଆଉ ପିଲାଟିର ଏହି କ୍ୟୁଟ୍ ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ ।

ଭିଡିଓରେ ଦେଖାଯାଉଛି ଯେ ଛୋଟ ପିଲାଟି ଖୁବ୍ ଯତ୍ନର ସହ ଏକ ଦୋଷା ଆଣି ତାଙ୍କ ବାପାକୁ ଧରାଉଛି । ଦେଖିବାର କଥା ହେଉଛି ଏହି ଏକ ବର୍ଷର ପିଲାଟି କାମକୁ ଏତେ ସଠିକତାର ସହ କରୁଛି ଯେ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଟି ନିଜର କୁନି ହାତରେ ଏତେ ସୁନ୍ଦର ଭାବରେ ଦୋଷା ଆଣି ବାପାଙ୍କୁ ଦେଉଥିବାର ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଅନେକ ଏହାକୁ ଅତି କ୍ୟୁଟ୍ ଭିଡିଓ ବୋଲି କହି କମେଣ୍ଟ ଦେଉଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by joshiik (@josh_iik)

Get real time updates directly on you device, subscribe now.