ରାତି ଅଧରେ ପ୍ରେମିକା ଘରେ ପଶି କରୁଥିଲେ ଏମିତି କାମ; ଦେଖିଦେଲେ ବାପା, ତା’ପରେ ଯାହା ହେଲା…
ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକର ଜୀବନ ଚାଲିଗଲା।
ଉତ୍ତରପ୍ରଦେଶ: ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକର ଜୀବନ ଚାଲିଗଲା। ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ରବିବାର ରାତି ପ୍ରାୟ ୧୧ଟା ସମୟରେ କୋତୱାଲି ଅଞ୍ଚଳରେ ଜଣେ ଝିଅର ବାପାଙ୍କ ହାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ବେରାମରୁଫ ଗ୍ରାମର ବାସିନ୍ଦା ସଞ୍ଜୟ ନିଷାଦ (୧୬) ଏବଂ କୁନାଲ (୨୨) ରାତିରେ ଜଣେ ଝିଅକୁ ଭେଟିବା ପାଇଁ ଆସିଥିଲେ। କୁନାଲ ଦୀର୍ଘ ଦିନ ଧରି ଏହି ଝିଅ ସହ ପ୍ରେମ ସମ୍ପର୍କରେ ଥିଲେ। ଏହି ସମୟରେ ଝିଅର ବାପା ଘନଶ୍ୟାମ ଉଭୟଙ୍କୁ ଦେଖି ରାଗରେ ନିଜର ନିୟନ୍ତ୍ରଣ ହରାଇ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସଞ୍ଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କୁନାଲ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ଷ୍ଟେସନ ଇନଚାର୍ଜ ଶ୍ୟାମ ସୁନ୍ଦରଙ୍କ କହିବା ଅନୁଯାୟୀ, ମୃତ ସଞ୍ଜୟଙ୍କ ବାପା ସୁନୀଲଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଘନଶ୍ୟାମଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।