ରାତିର ଅନ୍ଧାରରେ ଉଠାଇ ନେଲା, ସକାଳେ ଗିରଫ କଲା ଆଉ ଦ୍ବିପହରରେ ପିକେଙ୍କୁ ମିଳିଲା ଜାମିନ୍
ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ । ଗିରଫର 8 ଘଣ୍ଟା ପରେ ମିଳିଛି ଜାମିନ ।
ନୂଆଦିଲ୍ଲୀ: ଜନ ସୁରଜ ପାର୍ଟିର ନେତା ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ୍ । ଭୋଟ 4ଟାରୁ ପୋଲିସ ଉଠାଇ ନେଇଥିବା ବେଳେ ସକାଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାରି ଭିତରେ ମଧ୍ୟାହ୍ନରେ ତାଙ୍କୁ ଜାମିନ ମଧ୍ୟ ମିଳିଛି ।
ଏହି କାରଣ ପାଇଁ ହୋଇଥିଲେ ଗିରଫ- ସୂଚନା ଅନୁସାରେ, ଭୋର 4 ଟା ସମୟରେ ପାଟନାର ଗାନ୍ଧୀ ମଇଦାନରୁ ତାଙ୍କୁ ପୋଲିସ ଉଠାଇ ନେଇଥିଲା । ବିହାର ବିପିଏସ୍ପି ପ୍ରିଲିମ ପରୀକ୍ଷା ରଦ୍ଦ ଦାବିରେ ସେ ସହଯୋଗୀଙ୍କ ସହିତ ଆନ୍ଦୋଳନରେ ବସିଥିଲେ । 2 ତାରଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଥିଲେ । ଏହି ସମୟରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା ।
25 ହଜାର ବେଲ୍ ବଣ୍ଡ- ପରେ ତାଙ୍କୁ ଗିରଫ କରାଯିବା ସହିତ ଗାନ୍ଧୀ ମୈଦାନକୁ ଖାଲି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପଟନା ସିଭିଲ କୋର୍ଟରୁ ଜାମିନ ମିଳିଛି । 25 ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ କୋର୍ଟ ତାଙ୍କୁ ଜିମିନ ପ୍ରଦାନ କରିଛନ୍ତି । ଏହା ସତ୍ତ୍ବେ ମଧ୍ୟ ପିକେ ବେଲ୍ ବଣ୍ଡ ଦେବାକୁ ମନା କରିଦେଇଛନ୍ତି । ମୁଁ କୌଣସି ଅପରାଧ କରିନାହିଁ, ତେଣୁ ଦେବି ନାହିଁ ବୋଲି ସେ କହିଛନ୍ତି ।
ଖବର ଅନୁସାରେ, ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଏହାସହିତ ପରୀକ୍ଷା ବାତିଲ କରିବାକୁ ମଧ୍ୟ କହିଥିଲେ । ଏନେଇ ଅନଶନ ମଧ୍ୟ ଜାରି ରହିଥିଲା ।