ଭୁବନେଶ୍ବର: ବୈଠକ ମଧ୍ୟରେ ରାଗିଗଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର । ପଞ୍ଚାୟତ ସମିତି ବୈଠକରେ ଉପାସନାଙ୍କ ନାଲି ଆଖି ଦେଖି ହୋହାଲ୍ଲା ଏବଂ ଠେଲାପେଲା ଦେଖାଯାଇଛି । ବିଜେଡି ନେତାଙ୍କ କାର୍ଯ୍ୟକୁ ସେ ଟାର୍ଗେଟ କରିଛନ୍ତି । ବିଜେଡି ନେତା ଚୋର ଏବଂ ତାଙ୍କ ମୁହଁ ଟାଣ ବୋଲି ସେ କହିଛନ୍ତି । ବିଜେପିର ନେତା କର୍ମୀଙ୍କୁ ଆକ୍ଷେପ କରି ଅନେକ କଟୁ କଥା କହିଥିଲେ ।
ଆଜି ଯାଏଁ ଅଣଓଡିଆ ସରକାରର ହ୍ୟାଙ୍ଗ ଓଭର ସରିନାହିଁ । ଏହା ଜଳଜଳ ହୋଇ ଦୃଶ୍ୟମାନ ହେଉଛି । ବିଜେଡି ନେତାଙ୍କ ଆଚରଣ ଦେଖି ଚୋର ମୁହଁ ଟାଣ ବୋଲି କହିଥିଲେ । ” ଦୀର୍ଘ 2 ବର୍ଷ ପରେ ପଞ୍ଚାୟତ ସମିତି ବୈଠକ ଡକାଯାଇଥିଲା । 25 ପଞ୍ଚାୟତ ସମିତିଙ୍କ ସହିତ ସରପଞ୍ଚ ଉକ୍ତ ବୈଠକରେ ଯୋଗଦେଇଥିଲେ । ଦିନ 11ଟା ସମୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବୈଠକ ଆରମ୍ଭ ହେବା କ୍ଷଣି ହିଁ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ସମୟରେ ବିଧାୟିକାକୁ ନିମନ୍ତ୍ରିତ ଅତିଥି ବୋଲି ସମିତିସଭ୍ୟ କହିଥିଲେ । ବ୍ରହ୍ମଗିରି ବିକାଶରେ ଜାଣିଶୁଣି ବିରୋଧୀ ବାଧା ସାଜୁଛନ୍ତି ବୋଲି ବିଧାୟିକା କହିଥିଲେ । ବିଜେଡି ଏବଂ ବିଧାୟକକର୍ମୀମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ବେଳେ ବୈଠକ ମଧ୍ୟ ହୋଇପାରିନଥିଲା ।