fbpx

ଘନ କୁହୁଡ଼ି ଯୋଗୁଁ ବ୍ରେକ ଫେଲ: ନାବାଳିକା ମୃତ, ୪ ଗୁରୁତର

ନିଶ୍ଚିନ୍ତକୋଇଲି, ୧୧ା୧ (ଓଡିଶା ଭାସ୍କର): ଘନ କୁହୁଡ଼ି ଆଉ ବ୍ରେକ ଫେଲ ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ନିଶ୍ଚିନ୍ତକୋଇଲି ଥାନା ନିକଟ କଟିକଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଥିବା ନିଶ୍ଚିନ୍ତକୋଇଲି ଥାନା ନିକଟ କଟିକଟା ଛକ ନିକଟରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ କୁହୁଡ଼ି ଯୋଗୁଁ ବ୍ରେକ ଫେଲ ହୋଇଥିଲା । ଟ୍ରକଟି ବିପରୀତ ଦିଗରୁ ଏକ ରୋଗୀ ନେଇ ଆସୁଥିବା ମାରୁତି କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସରିତା ମଲ୍ଲିକ (୧୭) ନାମକ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । କାରରେ ଥିବା ଅନ୍ୟ ୪ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ମେଡିକାଲ ପଠାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.