fbpx

ତତ୍କାଳ ପଇସା ଆବଶ୍ୟକ ପଡିଲେ ହଠାତ୍ ଭାଙ୍ଗି ଦିଅନ୍ତୁନି ଏଫଡି, କ’ଣ ବିକଳ୍ପ ଉପାୟ ଆପଣାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି କାହାକୁ ଇମର୍ଜେନ୍ସୀରେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସମସ୍ତେ ନିଜ ପାଖରେ ଥିବା ସମସ୍ତ ବିକଳ୍ପର ସନ୍ଧାନ କରିଥାନ୍ତି । ଏପରି ସ୍ଥିତିରେ ପ୍ରଥମେ ନଜର ପଡିଥାଏ ବ୍ୟାଙ୍କରେ ରଖାଯାଇଥିବା ଏଫଡି ଉପରେ । ଏଫଡିକୁ ଭାଙ୍ଗି ଦେଇ ଆବଶ୍ୟକତା ପୂରଣ କରିବାକୁ ଆମେ ଚିନ୍ତା କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏଫଡି ଭାଙ୍ଗିଦେଲେ ଆପଣଙ୍କୁ କେତେ କ୍ଷତି ପହଞ୍ଚିବ । ଏହି ସ୍ଥିତିରେ ଆପଣଙ୍କୁ ପର୍ସନାଲ ଲୋନ୍ ନେବା ବି ବହୁତ ମହଙ୍ଗା ପଡିଯିବ । ଏପରି ସ୍ଥିତିରେ ଆପଣଙ୍କ ପାଖରେ ଅନ୍ୟ ଏକ ଭଲ ବିକଳ୍ପ ମଧ୍ୟ ରହିଛି ।

ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଏଫଡି ରହିଛି ତେବେ ଆବଶ୍ୟକତା ପଡିଲେ ଆପଣ ଏହା ଉପରେ ଲୋନ୍ ନେଇପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଆପଣଙ୍କ ଲାଗି କେବେ ଏଫଡି ଭାଙ୍ଗିବା ଉଚିତ ଓ କେବେ ଆପଣ ଏଫଡି ଉପରେ ଲୋନ୍ ନେଇ ଆବଶ୍ୟକତା ପୂରଣ କରିବା ଉଚିତ ।
ଯଦି ଆପଣ ପଇସା ଆବଶ୍ୟକ ପଡିଲେ ତୁରନ୍ତ ଏଫଡି ଭାଙ୍ଗିଦେବେ ତେବେ ଆପଣଙ୍କୁ ୧ ପ୍ରତିଶତ ପେନାଲଟି ଦେବାକୁ ପଡିବ । ଏହା ବ୍ୟତିତ କିଛି ବ୍ୟାଙ୍କ ଅନ୍ୟାନ୍ୟ ଚାର୍ଜ ମଧ୍ୟ ନେଇଥାନ୍ତି । ସମୟ ପୂର୍ବରୁ ଏଫଡି ଭାଙ୍ଗି ଦେବା ଦ୍ୱାରା ଏହା ଉପରେ ମିଳୁଥିବା ସୁଧ ହାର ବି ପ୍ରଭାବିତ ହୋଇଥାଏ ଓ ଆପଣଙ୍କୁ ଧାର୍ଯ୍ୟ ହାର ଠାରୁ ବହୁତ କମ୍ ସୁଧ ମିଳିଥାଏ ।

ଯଦି ଆପଣଙ୍କ ଏଫଡିର ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପଇସା ଆପଣଙ୍କର ଆବଶ୍ୟକ ପଡୁଛି ତେବେ ଏଫଡି ବିଲକୁଲ୍ ଭାଙ୍ଗନ୍ତୁ ନାହିଁ । କିନ୍ତୁ ଯଦି ଆପଣଙ୍କ ଏଫଡି ୬ ମାସ କିମ୍ବା ଏହାଠାରୁ ପୁରୁଣା ହୋଇଯାଇଛି ତେବେ ତେବେ ଏହାକୁ କେବେବି ଭାଙ୍ଗନ୍ତୁ ନାହିଁ । ଏପରି ସ୍ଥିତିରେ ଆପଣ ନିଜ ଏଫଡି ଉପରେ ଲୋନ୍ ଆଣିପାରିବେ । କିନ୍ତୁ ଆପଣଙ୍କ ଏଫଡିକୁ ଯଦି ମାତ୍ର କେଇ ମାସ ହୋଇଛି ତେବେ ଆପଣ ତାହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇପାରିବେ । ତେବେ ଆପଣ ଏପରି ସେହି ସମୟରେ କରିବେ ଯେତେବେଳେ ଆପଣଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିବ ।

Get real time updates directly on you device, subscribe now.