fbpx

ଫାଟିଲା ଗ୍ୟାସ ସିଲିଣ୍ଡର ଚାଲିଗଲା ଶିଶୁର ଜୀବନ, ୪ ଜଣ ଗୁରୁତର

Advertisement

ବାଲେଶ୍ୱର: ଗ୍ୟାସ ସିଲିଣ୍ଡର ଫାଟିବା ଦ୍ୱାରା ଜଣେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ୪ଜଣ ଆହାତ ମଧ୍ୟ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଏହି ଘଟଣା ବଳାରାମଗଡିରେ ଘଟିଛି । ତେବେ ଏହି ସମସ୍ତ ଲୋକ ଗୋଟିଏ ପରିବାର ବୋଲି ସୂଚନା ମିଳିଛି । ଏବେ ସୁଦ୍ଧା ସିଲିଣ୍ଡର ଫାଟିବାର କାରଣ ସ୍ପଷ୍ଟ ହୋଇ ନାହିଁ । ସମସ୍ତ ୪ ଆହାତଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.